ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଭୂମି

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର୍‌ ପ୍ରାୟତଃ ବୃତ୍ତିଗତ ଏବଂ ବ୍ୟକ୍ତଗତ ଜୀବନକୁ ନେଇ ଚର୍ଚ୍ଚାରେ ରହନ୍ତି। ହେଲେ ଏବେ ଅଭିନେତ୍ରୀ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସିଦ୍ଧାର୍ଥ ଏବଂ କିଆରାଙ୍କ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିଲେ ଅଭିନେତ୍ରୀ। ସେହି ସମୟରେ ଭୂମିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭୂମି ନିଜ କାର୍‌ରେ ବସିବାକୁ ଯାଉଛନ୍ତି, ସେହି ସମୟରେ ସେ ଜଣେ ବ୍ୟକ୍ତିଙ୍କୁ କିସ୍‌ କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଗୋଟିଏ ପଟେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଅନ୍ୟ ପଟେ କିଛି ଲୋକ ଏହି ବ୍ୟକ୍ତି କିଏ ବୋଲି ପଚାରିବା ଆରମ୍ଭ କରି ଦେଇଛନ୍ତି। ତେବେ ଆପଣଙ୍କୁ କହିରଖୁଛୁ, ସେ ହେଉଛନ୍ତି ୟଶ କାଟାରିଆ। ଯିଏ ବୃତ୍ତି ଅନୁଯାୟୀ ବ୍ୟବସାୟୀ। ୟଶ ବଲିଉଡ ଅଭିନେତ୍ରୀ ରାକୁଲପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀଙ୍କ ଘନିଷ୍ଠ ବନ୍ଧ। ଦୀର୍ଘ ଦିନ ଧରି ଖବର ଆସୁଥିଲା ଯେ ଭୂମି ୟଶଙ୍କୁ ଡେଟ୍‌ କରୁଛନ୍ତି। ହେଲେ ଏହାକୁ ନେଇ ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

Share