ରାଜଧାନୀ ରାସ୍ତାକଡ଼ ପାଲଟିଛି କବାଡ଼ିଖାନା

ଭୁବନେଶ୍ୱର, ୧୮।୪ (ବନ୍ଦନା ସେଠୀ)ରାଜଧାନୀର ରାସ୍ତା କଡ଼ରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଗାଡ଼ି, କ୍ୟାବିନ ଏବଂ ଅନ୍ୟାନ୍ୟ ଅଦରକାରୀ ସାମଗ୍ରୀଗୁଡିକୁ ତୁରନ୍ତ ହଟାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଷ୍ପତ୍ତି ନେଇଥିଲା। ସହରର ସୌନ୍ଦର୍ଯ୍ୟକରଣର ଆଉ ଏକ ପଦକ୍ଷେପ ସ୍ବରୁପ ଏହି ନିୟମ ପ୍ରାୟ ୧୦ମାସ ତଳେ କରାଯାଇଥିଲା। ଦୀର୍ଘଦିନ ଧରି ରାସ୍ତାକଡ଼ରେ ପଡି ରହିଥିବା ଗାଡ଼ିକୁ ବୁଲିବୁଲି ବିଏମ୍‌ସି କର୍ମଚାରୀମାନେ ନୋଟିସ୍‌ ମାରିଥିଲେ। ୭ଦିନ ମଧ୍ୟରେ ସମ୍ପୃକ୍ତ ଗାଡ଼ିର ମାଲିକ ଏହାକୁ ନ ଉଠାଇଲେ ବିଏମ୍‌ସି ନିଜେ ସେଗୁଡିକ ଉଠାଇନେବ ବୋଲି ଚେତାବନୀ ଦିଆଯାଇଥିଲା। ମାତ୍ର ଏବେ ନିଜ ନିୟମକୁ ନିଜେ ଭୁଲି ଯାଇଛି ବିଏମ୍‌ସି। ସହରର ବିଭିନ୍ନ ଅଞ୍ଚଳ ଏପରିକି ମୁଖ୍ୟ ରାସ୍ତାକଡ଼ରେ ପରିତ୍ୟକ୍ତ ଗାଡ଼ି, ଭଙ୍ଗା କ୍ୟାବିନ୍‌ ପଡି ରହିଥିଲେ ବି ସେଗୁଡିକୁ ହଟାଯାଉ ନାହିଁ କିମ୍ବା ସମ୍ପୃକ୍ତ ମାଲିକଙ୍କୁ ତାଗିଦ୍‌ ମଧ୍ୟ କରାଯାଉନାହିଁ। ଫଳରେ ଏବେ ରାସ୍ତାକଡ଼ ଏକ ପ୍ରକାରର କବାଡ଼ିଖାନାରେ ପରିଣତ ହୋଇଛି।

ଶହୀଦନଗରସ୍ଥିତ ରାଜ୍ୟ ରାଜସ୍ବ ଓ ଆୟକର ବିଭାଗ ଅଫିସ ନିକଟରେ ପ୍ରାୟ ୭ଟି ପରିତ୍ୟକ୍ତ ଗାଡ଼ି ପାଦଚଲା ରାସ୍ତା ଉପରେ ପଡ଼ିରହିଛି। ସେହିପରି କଳ୍ପନାରୁ ବଡ଼ଗଡ଼କୁ ଯିବା ରାସ୍ତାରେ ୨ଟି ପରିତ୍ୟକ୍ତ ଜିପ୍‌, ଶହୀଦନଗର କଲ୍ୟାଣ ମଣ୍ଡପ ସାମ୍ନା ରାସ୍ତା, ମଞ୍ଚେଶ୍ୱର ଥାନା ସମ୍ମୁଖ ରାସ୍ତା କଡ଼ରେ ମଧ୍ୟ ଦୁଇଟି ପରିତ୍ୟକ୍ତ ଗାଡ଼ି ଥୁଆ ହୋଇଛି। କେବଳ ସେତିକି ନୁହେଁ, ଖଣ୍ଡଗିରିରୁ ବରମୁଣ୍ଡା ଯିବା ରାସ୍ତାରେ ରାଜପଥ କଡ଼ରେ ପରିତ୍ୟକ୍ତ କ୍ୟାବିନ୍‌ ରହିଛି, ଯାହାକୁ ବିଏମସି ଉଚ୍ଛେଦ କରୁନାହିଁ। ଏନେଇ ବିଏମ୍‌ସିର ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତାକଡ଼ରେ ପଡି ରହୁଥିବା ଠେଲାଗାଡ଼ି, ଟ୍ରଲି ଆଦିକୁ ବିଏମ୍‌ସି ଉଠାଇ ନେଉଛି। ଖାଓଗଳିରେ ପଡି ରହୁଥିବା ଭଙ୍ଗାରୁଜା ଜିନିଷକୁ ଗତ ସୋମବାର ଉଠାଯାଇଥିଲା। ମାତ୍ର ପରିତ୍ୟକ୍ତ ଗାଡ଼ି ଉଠା କାମ ଏଯାବତ୍‌ ଆରମ୍ଭ ହୋଇନି, କେବଳ ନୋଟିସ୍‌ ମରାଯାଉଛି। ପରିତ୍ୟକ୍ତ ସାମଗ୍ରୀକୁ ଉଠାଇବା ଆରମ୍ଭ କଲେ ସେମାନେ ନେଇ ଯାଉଛନ୍ତି। ନଚେତ୍‌ ସମ୍ପୃକ୍ତ ଜୋନ୍‌ ଅଫିସ୍‌ରେ ଏହାକୁ ରଖାଯାଉଛି। ସେହିପରି ପୋଲିସ୍‌ ଜବତ ଗାଡି ରଖିଥିବା ସ୍ଥାନରେ କିଛି ଉନ୍ନତିମୂଳକ କାମ ଚାଲିଲେ ସେଗୁଡିକୁ ଉଠାଇବା ପାଇଁ ଥାନାଧିକାରୀଙ୍କୁ କୁହାଯାଉଛି। ତେବେ ଯେଉଁ ଗାଡ଼ି ଉପରେ କୋର୍ଟରେ କେସ୍‌ ଚାଲିଛି ସେଗୁଡିକ ଏଭଳି ପଡି ରହୁଛି। ଏହାର ସମାଧାନ ପାଇଁ ଖୁବ୍‌ଶୀଘ୍ର କିଛି ବାଟ ବାହାର କରିବୁ। ସେହିପରି ଡିସିପି ପ୍ରତୀକ ସିଂ କହିଛନ୍ତି, ପ୍ରତିଦିନ ଦୁର୍ଘଟଣା ହେଉଛି, ଗାଡ଼ି ଜବତ କରାଯାଉଛି। ପରେ ଫେରାଯାଉଛି। ଏହାଏକ ନିୟମିତ ପ୍ରକ୍ରିୟା। ପରିତ୍ୟକ୍ତ ଗାଡ଼ି ଯେପରି ପଡି ନ ରୁହେ ସେ ନେଇ ଧ୍ୟାନ ଦିଆଯାଉଥିବା ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri