Posted inଖେଳ

ଭୁବନେଶ୍ୱର, ରାଉରକେଲା ଜୋନ୍‌ ଚାମ୍ପିୟନ୍‌

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଭୁବନେଶ୍ୱର ଲୟୋଲା ସ୍କୁଲ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସିଆଇଏସ୍‌ସିଇ ଆଞ୍ଚଳିକ ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର, ବଲାଙ୍ଗୀର, କଟକ ଓ ଝାରସୁଗୁଡା ଜୋନ୍‌ର ୧୮୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ହକି ଆସୋସିଏଶନର ଉପ ସଭାପତି ଜୀବନ ମହାନ୍ତି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନୀଲେଶ ସେଠୀ, ବି.କେ. ତ୍ରିପାଠୀ, ଲୀନା ଖୁରାନା, ଲିଜି ଯୋଶେଫ୍‌, ଫାଦର ଅଗଷ୍ଟିନ୍‌ ରେକ୍ଟର ଓ ନନ୍ଦିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ ଲୟୋଲା ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

୩ଟି ବୟସ ବର୍ଗରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ୧୪ ବର୍ଷରୁ କମ୍‌ ବୟସ ବର୍ଗରେ ଭୁବନେଶ୍ୱର ଜୋନ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ରାଉରକେଲା ଏହି ବର୍ଗରେ ରନରଅପ୍‌ ରହିଥିଲା। ୧୭ ବର୍ଷରୁ କମ୍‌ ବୟସ ବର୍ଗରେ ରାଉରକେଲା ଜୋନ୍‌ ଚାମ୍ପିୟନ ଓ ଭୁବନେଶ୍ୱର ରନର ଅପ୍‌ ଆଖ୍ୟା ଅର୍ଜନ କରିଥିଲା। ୧୯ ବର୍ଷରୁ କମ୍‌ ବୟସ ବର୍ଗରେ ରାଉରକେଲା ଜୋନ୍‌ ବିଜୟୀ ହୋଇଥିବା ବେଳେ ଝାରସୁଗୁଡା ରନରଅପ୍‌ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଜନ୍‌ ମାଇକେଲ ଜର୍ଜ, ପି. ସେଲଭି ଓ ପି.କେ. ମହାନ୍ତି ଅତିଥି ଭାବେ ଯୋଗଦେଇ ବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ। ଲୟୋଲା ସ୍କୁଲର ରେନନ ସେଲଡ୍‌ ଟପ୍ପୋ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ, କେହି ନଥିବା ବେଳେ ଯୁବତୀଙ୍କୁ ସରକାରୀ କ୍ୱାର୍ଟର୍ସରେ ବଳାତ୍କାର

ଭୁବନେଶ୍ୱର,୨୨।୨: ଆଇଆରଏସ୍ ଅଫିସରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ । ସତ୍‌ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ବଳାତ୍କାର ସମୟରେ ଭିଡିଓ…

ଅର୍ଚ୍ଚିତାଙ୍କ ପାଇଁ ସ୍ପେଶାଲ ସେମେଜ ଲେଖିଲେ ସବ୍ୟସାଚୀ, କହିଲେ ମୁଁ ତୁମକୁ ଇର୍ଷା କରେ…

ଭୁବନେଶ୍ୱର,୨୨।୨: ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସ୍ତ୍ରୀଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ମେସେଜ୍‌। ଇନଷ୍ଟାରେ ସେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ…

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…

ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…

୪୪,୨୦୦ କୋଟିର ୧୦ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏରେ ମଞ୍ଜୁରୀ, ସୃଷ୍ଟିହେବ ୯ ହଜାର ନିଯୁକ୍ତି

ଭୁବନେଶ୍ୱର,୨୨।୨ (ଅନୁରାଧା ମହାରାଣା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନଠାରେ ୪୪ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ୪୪,୨୦୦ କୋଟି ଟଙ୍କାର…

ଝାରସୁଗୁଡାରେ ରକ୍ତାକ୍ତ ରାଜପଥ: ଟ୍ରଲର-ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା,୨୨।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଏବଂ ପୋଲିସ…

ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ…

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri