ହଟ୍‌ସ୍ପଟ୍‌ ହୋଇପାରେ ଭୁବନେଶ୍ୱର ରେଡ୍‌ ଲାଇଟ୍‌ ଅଞ୍ଚଳ: ମାଳିସାହି ବନ୍ଦ ରହିଲେ ସଂକ୍ରମଣ ଆଶଙ୍କା ୩୫% କମିବ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଦେଶରେ ରେଡ୍‌ ଲାଇଟ ଅଞ୍ଚଳ ଖୋଲା ରହିବା ଦ୍ୱାରା ଭାରତରେ କୋଭିଡ-୧୯ ସଂକ୍ରମଣରେ ଦ୍ରୁତ ଅଭିବୃଦ୍ଧି ଦେଖାଦେବାର ସମ୍ଭାବନା ରହିଛି। ଏହି ଅଞ୍ଚଳ ବନ୍ଦ ରହିଲେ ସଂକ୍ରମଣ ହ୍ରାସ ପାଇବା ସହ ଏହି ମହାମାରୀଜନିତ ମୃତ୍ୟୁକୁ ୬୦% ପର୍ଯ୍ୟନ୍ତ କମ୍‌ କରାଯାଇପାରିବ। ହାର୍ଭାର୍ଡ ମେଡିକାଲ ସ୍କୁଲ ଓ ୟେଲ୍‌ ସ୍କୁଲ ଅଫ୍‌ ମେଡିସିନ୍‌ ପକ୍ଷରୁ ଏନେଇ ତଥ୍ୟ ପ୍ରକାଶ ପାଇଥିବାବେଳେ ବିଶେଷଜ୍ଞମାନେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ନଚେତ ଆଗାମୀ ବର୍ଷକ ମଧ୍ୟରେ ଭାରତରେ ଥିବା କେବଳ ରେଡ୍‌ ଲାଇଟ ଅଞ୍ଚଳଗୁଡ଼ିକରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମଣ ଓ ୧୨ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରେଡ୍‌ ଲାଇଟ୍‌ ଅଞ୍ଚଳ ମାଳିସାହି ରହିଛି। ଏହାବ୍ୟତୀତ ଏକାଧିକ ସ୍ଥାନରେ ଦେହ ବ୍ୟବସାୟ ଚାଲିଛି। ଏସବୁ କ୍ଷେତ୍ରରେ କଟକଣା ନ ରହିଲେ ସଂକ୍ରମଣ ଆହୁରି ଦ୍ରୁତଗତିରେ ବଢ଼ିଯିବ। କାରଣ ବାହାରୁ ଆସୁଥିବା ଗ୍ରାହକ ଯଦି କୋଭିଡ୍‌ ସଂକ୍ରମିତ ହୋଇଥିବେ ତା’ହେଲେ ସଂକ୍ରମଣ ସମ୍ପୃକ୍ତ ଦେହଜୀବୀ ଓ ଅନ୍ୟ ଗ୍ରାହକଙ୍କୁ ବ୍ୟାପିଯିବ। ଏଭଳି ସ୍ଥାନରେ ସାମାଜିକ ଦୂରତା ବଜାୟ ରହିବା ସମ୍ଭବ ନ ଥିବାରୁ ସଂକ୍ରମଣ ହାର ବହୁଗୁଣିତ ହୋଇଯିବ। ସେହିଭଳି ସଂକ୍ରମିତ ଗ୍ରାହକ ମଧ୍ୟ ନିଜ ଅଜାଣତରେ ସହରର ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି।

ଗୋଟିଏପଟେ ଭୁବନେଶ୍ୱରର ବସ୍ତିଗୁଡ଼ିକ ଏବେ କୋଭିଡ୍‌ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ସହରର ସବୁଠି ବଡ଼ ବସ୍ତି ସାଲିଆ ସାହିରୁ ଆରମ୍ଭକରି ସୁବାସ ନଗର, ଲକ୍ଷ୍ମୀବଜାର ଆଦି ଏକାଧିକ ବସ୍ତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସହରବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳିସ୍ଥଳେ ଯଦି ରେଡ୍‌ ଲାଇଟ୍‌ ଅଞ୍ଚଳରେ ମହାମାରୀ ବ୍ୟାପେ ତା’ହେଲେ ସର୍ବପ୍ରଥମେ ଏହି ବସ୍ତିଗୁଡ଼ିକ ଅଧିକ ପ୍ରଭାବିତ ହେବ ବୋଲି ୟେଲ୍‌ ୟୁନିଭର୍ସିଟିର ଡାକ୍ତର ଅଭିଷେକ ପଣ୍ଡା କହିଛନ୍ତି। ରେଡ୍‌ ଲାଇଟ ଅଞ୍ଚଳଗୁଡ଼ିକରେ ଯଦି ଏବେଠାରୁ ପ୍ରତିରୋଧମୂଳକ ପଦକ୍ଷେପ ନ ନିଆଯାଏ ଏବଂ ସମ୍ପୃକ୍ତ ଅଞ୍ଚଳକୁ ବନ୍ଦ କରା ନ ଯାଏ ତା’ହେଲେ ଏଠାରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିବା ହାର୍ଭାର୍ଡ ମେଡିକାଲ ସ୍କୁଲର ଡା. ସୁଧାକର ନୁତି କହିଛନ୍ତି। ବିଶେଷକରି ମାଳିସାହି ଅଞ୍ଚଳକୁ ବନ୍ଦ ରଖାଗଲେ ଆଗାମୀ ଦିନରେ ସଂକ୍ରମଣ ହାର ଓ ମୃତ୍ୟୁ ଆଶଙ୍କାକୁୁ ୩୫% ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ ବୋଲି ସେମାନେ ମତ ଦେଇଛନ୍ତି।ଏଭଳିସ୍ଥଳେ ଦେହଜୀବୀମାନଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେଇ ଅନ୍ୟାନ୍ୟ ସୁରକ୍ଷିତ କାମରେ ନିୟୋଜିତ କରିବାକୁ କୁହାଯାଇଛି। କୋଭିଡ୍‌ ପରିସ୍ଥିତି କେବେ ଠିକ୍‌ ହେବ ସେନେଇ କାହାପାଖରେ ଉତ୍ତର ନ ଥିବାରୁ ଦେହଜୀବୀମାନେ ଅନ୍ୟାନ୍ୟ ନିଯୁକ୍ତି ବିକଳ୍ପର ସନ୍ଧାନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri