ଡିସିପି କହିଲେ କାରଣ… ସ୍ବାମୀ ଏଭଳି ଧମକ ଦେଉଥିବାରୁ ଭାଙ୍ଗି ପଡ଼ିଥିଲେ ମଧୁମିତା, ନେଇଗଲେ ଚରମ…

ଭୁବନେଶ୍ୱର,୨୫।୭: ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ୍‌ କରି ବଡ଼ ସୂଚନା ଦେଇଛନ୍ତି। ମଧୁମିତା ଶ୍ରୀଧରଙ୍କ ଫୋନରୁ କିଛି ତଥ୍ୟ ପାଇଥିଲେ। ସେଥିରୁ ସ୍ବାମୀଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ସ୍ପଷ୍ଟ ହୋଇଥିଲା। ଏସବୁ ତାଙ୍କୁ ଗଭୀର ଧକ୍କା ଦେଇଥିବା ବେଳେ ସେ ବ୍ୟଥିତ ଥିଲେ। ଏପରିକି ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ମଧୁମିତା ଏବଂ ଶ୍ରୀଧରଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ଏପରିକି ଶ୍ରୀଧର ମଧୁମିତାଙ୍କୁ ମଧ୍ୟ ଛାଡ଼ପତ୍ର ଦେବାକୁ ଧମକ ଦେଉଥିଲେ। ଏହାକୁ ନେଇ ସାମ୍ବାଦିକା ଚିନ୍ତିତ ଥିଲେ। ଶେଷରେ ନିରାଶ ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଡିସିପି କହିଛନ୍ତି। ତେବେ ଏହି ମାମଲାରେ ଶ୍ରୀଧରଙ୍କୁ ଗିରଫ କରାଯାଇଥିବା ବେଳେ ମୋବାଇଲ ଜବତ ହୋଇଥିବା ସେ ମଧ୍ୟ କହିଛନ୍ତି।

Share
Tags: odisha