ଭୁବନେଶ୍ୱର-ଆନନ୍ଦବିହାର ସୁପରଫାଷ୍ଟ ୨ଦିନ ବାତିଲ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଉତ୍ତର କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ଉତ୍ତର ପ୍ରଦେଶର ନୈନି ଷ୍ଟେଶନଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱର-ଆନନ୍ଦବିହାର-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୋଳ ଓ ଝାରସୁଗୁଡା ଦୁଇଦିନ ପାଇଁ ବାତିଲ ରହିବ। ଭୁବନେଶ୍ୱର-ଆନନ୍ଦବିହାର ସୁପରଫାଷ୍ଟ ଏକ୍ସପ୍ରେସ (୨୨୮୦୫) ଭୁବନେଶ୍ୱରରୁ ଜାନୁୟାରୀ ୧ ଏବଂ ୮ ତାରିଖରେ ବାତିଲ ରହିବ। ଆନନ୍ଦବିହାର-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ (୨୨୮୦୬) ଆନନ୍ଦ ବିହାରରୁ ଜାନୁୟାରୀ ୩ ଓ ୧୦ରେ ବାତିଲ ରହିବ। ସେହିପରି ଆନନ୍ଦ ବିହାର (ଦିଲ୍ଲୀ)-ପୁରୀ ନନ୍ଦନକାନନ ଏକ୍ସପ୍ରେସ ୧୨ ଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ଏହି ଟ୍ରେନ୍‌ (୧୨୮୧୬) ଆନନ୍ଦ ବିହାରରୁ ଡିସେମ୍ବର ୩୦ରୁ ୧୦ ଜାନୁୟାରୀ ପର୍ଯ୍ୟନ୍ତ ମିରାଜପୁର ଷ୍ଟେଶନକୁ ନ ଯାଇ ପ୍ରୟାଗରାଜ-ପ୍ରୟାଗରାଜ ରାମବାଗ-ଦିନ ଦୟାଲ ଉପାଧ୍ୟାୟ ଷ୍ଟେଶନ ମାର୍ଗଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସମେତ ଏହି ୫ଦେଶକୁ ଇରାନ କହିଲା ଭଲ ବନ୍ଧୁ, ଯୁଦ୍ଧ ଭିତରେ କରିଦେଲା ବଡ଼ ଘୋଷଣା, ଟ୍ରମ୍ପ ଶୁଣି ଛାନିଆ!

ତେହରାନ,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ…

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri