Categories: ଖେଳ

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌ (ଗ୍ରୁପ୍‌-ଏ)ରେ ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା ଓ ସୋନପୁର ଦଳ ବିଜୟୀ ହୋଇଛି। ରେଭେନ୍‌ଶା ଗ୍ରାଉଣ୍ଡ-୨ରେ ଭୁବନେଶ୍ୱର ‘ଏ’ ୭ ଉଇକେଟରେ ଅନୁଗୋଳକୁ, ଅଡଶପୁର ପଡ଼ିଆରେ ଝାରସୁଗୁଡ଼ା ୧୬୩ ରନରେ କୋରାପୁଟକୁ ଏବଂ ସନ୍‌ସାଇନ୍‌ ଗ୍ରାଉଣ୍ଡରେ ସୋନପୁର ୭୦ ରନରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ଝାରସୁଗୁଡ଼ାର ନୀରବ ଅଗ୍ରଓ୍ବାଲ ୯୧ରନ କରିଥିବାବେଳେ ବିଶାଲ ପ୍ରସାଦ ୫ ଉଇକେଟ ନେଇ ଚର୍ଚ୍ଚାରେ ରହିଥିଲେ।

Share