Posted inଜାତୀୟ

ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ୩୬ ବର୍ଷ ପରେ ବି ମିଳିନି ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୬ ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ରୁ ଟାଙ୍କିରୁ ନିର୍ଗତ ହୋଇଥିଲା ବିଷାକ୍ତ ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌। ଏହାର ପ୍ରଭାବରେ ୨ ହଜାର ୨ଶହ ୫୯ ଲୋକଙ୍କ ତତ୍‌କ୍ଷଣାତ୍‌ ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ୮୭ ଛୁଇଁଥିଲା ବୋଲି ରାଜ୍ୟ ସରକାର ରିପୋର୍ଟ ଦେଇଥିଲେ। ତେବେ ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ ବୋଲି ବେସରକାରୀ ସୂତ୍ରରୁ କୁହାଯାଇଥିଲା। ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ୫ ଲକ୍ଷ ୫୮ ହଜାର ଶହେ ୨୫ ଜଣ ଲୋକ ଗୁରୁତର ଆହତ ହୋଇଥିବାବେଳେ ୩୮ ହଜାର ୪ ଶହ ୭୮ ଜଣ ଆଶିଂକ ଆହତ ହୋଇଥିଲେ ବୋଲି ରାଜ୍ୟ ସରକାର ୨୦୦୬ରେ ସତ୍ୟପାଠ ଦାଖଲ କରିଥିଲେ। ୩ ହଜାର ୯ ଶହ ଜଣ ଏହାଯୋଗୁ ଦିବ୍ୟାଙ୍ଗ ହୋଇଥିଲେ। ଦୁଇସପ୍ତାହ ମଧ୍ୟରେ ୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଅନ୍ୟ ୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୬୯ରେ ଏଠାରେ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ ସ୍ଥାପିତ ହୋଇଥିଲା। ଗତ ୪୯ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏଠାକାର ଭୂତଳ ଜଳରେ ୧୦ ହଜାର ଟନ୍‌ ମିଶ୍ରିତ କରିସାରିଛି। ପ୍ରଥମେ ଏହାଯୋଗୁ ୧୫ଟି ବସ୍ତି ପ୍ରଭାବିତ ହୋଇଥିବାବେଳେ ପରେ ୩୦ ଏବଂ ଏବେ ୪୨ ବସ୍ତିର ମାଟି ଜହର ପାଲଟିଛି । ଏବେ କମ୍ପାନୀର ବାହ୍ୟ ପରିସରରେ ଟନ୍‌ ଟନ୍‌ ବିଷାକ୍ତ ବର୍ଜ୍ୟବସ୍ତୁ ପଡ଼ି ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାରଖାନାର ସଞ୍ଚାଳକ ଓ୍ବାରେନ୍‌ ଆଣ୍ଡରସନ୍‌ ଭାରତ ଛାଡ଼ି ନିଜ ଦେଶ ଆମେରିକା ଚାଲିଯାଇଥିଲେ। ପୀଡ଼ିତ ତାଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ତେବେ ଭାରତ ସରକାର ଆଣ୍ଡରସନ୍‌ଙ୍କୁ ଭାରତ ଆଣି ପାରି ନ ଥିଲେ। ୨୦୧୪ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri