Categories: ଜାତୀୟ

ନାଁ ମନେ ନ ପଡିବାରୁ ଆଇଟମ୍‌ କହିଥିଲି: କମଳନାଥ

ଭୋପାଳ,୧୯।୧୦: ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କ୍ୟାବିନେଟ୍‌ ମନ୍ତ୍ରୀ ଇମର୍ତି ଦେବୀଙ୍କୁ ଆଇଟମ୍‌ କହିବାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ବିବୃତ୍ତି ବିରୋଧରେ ଭାଜପା ନେତାମାନେ ସ୍ବର ଉତ୍ତୋଳନ କରିଛନ୍ତି। ମାମଲା ଜଟିଳ ହେବାରୁ କମଳନାଥ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ପାଇଁ ସେ ‘ଆଇଟମ’ ଶବ୍ଦ ବ୍ୟବହାର କରିନାହାଁନ୍ତି। ବୈଠକ ସମୟରେ ତାଙ୍କ ସାମ୍ନାରେ ରଖାଯାଇଥିବା ତାଲିକାରେ ଆଇଟମ ନମ୍ବର ୧, ୨ ଭଳି କିଛି ଲେଖା ରହିଥିଲା। ଭାଷଣ ଦେବାବେଳେ ଭାଜପା ନେତାଙ୍କ ନାମ ମନେ ରଖିପାରି ନ ଥିଲେ ତେଣୁ ସେ ଆଇଟମ୍‌ କହିଥିଲେ। ତାଙ୍କ ମନ୍ତବ୍ୟକୁ ନେଇ ପ୍ରସଙ୍ଗ କରାଯାଉଛି। କିନ୍ତୁ ସେ ଏଥିରେ ଭୟଭୀତ ନୁହଁନ୍ତି। ଶିବରାଜଙ୍କ ପୋଲ ଖୋଲିବା ବନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି।

Share