ଭୋପାଳ ଗ୍ୟାସ୍‌ ଦୁର୍ଘଟଣା

୧୯୮୪ ମସିହା ଡିସେମ୍ବର ୨ ତାରିଖ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ରେଜେଇ ଘୋଡ଼େଇ ଶୋଇ ପଡ଼ିଛନ୍ତି ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳରାତ୍ରି ହେବ ବୋଲି! ଏହିଦିନ ମଧ୍ୟରାତ୍ରରେ ସହରରେ ଏକ ରାସାୟନିକ କାରଖାନାରୁ ଅଚାନକ ଗୋଟିଏ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇ ଏକ ବିରାଟ ଦୁର୍ଘଟଣା ଘଟିଥିଲା। ସେହି କାଳରାତ୍ରିର କଥା ମନେ ପଡ଼ିଲେ ଏବେବି ଲୋମ ଟାଙ୍କୁରି ଉଠେ। ଏଥିରେ ସଙ୍ଗେସଙ୍ଗେ ୨୨୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲାବେଳେ ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ମୃତ୍ୟୁସଂଖ୍ୟା ୧୦,୦୦୦ରୁ ଊର୍ଦ୍ଧ୍ୱ ହୋଇଥିଲା। ଏହି ଗ୍ୟାସ୍‌ ପ୍ରଭାବରେ ହଜାର ହଜାର ପଶୁପକ୍ଷୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିଥିଲେ। ଏହା ବିଶ୍ୱର ସବୁଠାରୁ ଭୟାନକ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଥିଲା। ସରକାର ଏହି ଘଟଣାକୁ ସ୍ମରଣୀୟ କରି ଶିଳ୍ପକ୍ଷେତ୍ରରେ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ଡିସେମ୍ବର ୨ ତାରିଖକୁ ‘ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ’ ରୂପେ ପାଳନ କରୁଛନ୍ତି।
ଦୁର୍ଘଟଣାର କାରଣ: ପୁରୁଣା ଭୋପାଳ ସହରରେ ଅବସ୍ଥିତ କୀଟନାଶକ ପଦାର୍ଥ ପ୍ରସ୍ତୁତ କରୁଥିବା ଏକ ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ୟୁନିୟନ କାର୍ବାଇଡ ଇଣ୍ଡିଆ ଲିମିଟେଡ (Union Carbide।ndia Limited UCIL) ର ଏକ ଭୂତଳ ଗ୍ୟାସ୍‌ ଟାଙ୍କିରୁ ମିଥାଇଲ୍‌ ଆଇସୋସ୍ୟାନେଟ୍‌ (Methyl।socyanate- MIC) ନାମକ ଏକ ଅତି ବିଷାକ୍ତ ଗ୍ୟାସର ନିର୍ଗମନ ଘଟିବାରୁ ଏହି ଦୁର୍ଘଟଣା ଘଟିଥିଲା। କମ୍ପାନୀର ଏହି କାରଖାନାକୁ ଘେରି ଘନ ଜନବସତି ରହିଥିଲା, ଯେଉଁ ବସ୍ତିରେ ବିଶେଷକରି ଗରିବ ଶ୍ରେଣୀର ଲୋକ ବାସ କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ସେହି କାରଖାନାର ଶ୍ରମିକ। ସୁତରାଂ ଏହି ଲୋକମାନେ ସିଧାସଳଖ ଏହି ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିଲେ।
ଦୁର୍ଘଟଣାର ଭୟାବହତା: ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସ୍‌ ବାୟୁଠାରୁ ଭାରିଥିବାରୁ ଏବଂ ଶୀତଦିନେ ବାୟୁପ୍ରବାହର ବେଗ କମ୍‌ ଥିବାରୁ ଏହି ଗ୍ୟାସ୍‌ ସଞ୍ଚାଳିତ ନ ହୋଇ ତଳେ ଜମି ଯାଇଥିଲା। ଏହି ଗ୍ୟାସ୍‌ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ପ୍ରଥମେ ଆଖି ଜଳାପୋଡ଼ା, ବାନ୍ତି ହେବା, ତଣ୍ଟି ପୋଡ଼ିବା ତଥା ଶ୍ୱାସରୁଦ୍ଧ ଭଳି ଲକ୍ଷଣମାନ ପ୍ରକାଶ ପାଇଥିଲା। ଲୋକେ ଏଥିରେ ଆତଙ୍କିତ ହୋଇ ଘର ଛାଡ଼ି ପଦାରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ମାତ୍ର ପଦାରେ ଖୋଲା ସ୍ଥାନରେ ଗ୍ୟାସର ପ୍ରଭାବ ଅଧିକ ଥିବାରୁ ଲୋକମାନେ ବେଶି ମାତ୍ରାରେ ଏହି ଗ୍ୟାସର ସଂସ୍ପର୍ଶରେ ଆସିଥିଲେ। ଯେଉଁମାନେ ଘର ଭିତରେ କବାଟ ଝରକା ବନ୍ଦକରି ରହିଥିଲେ ସେମାନେ ଊଣା ଅଧିକେ ଗ୍ୟାସର ପ୍ରଭାବରୁ ବଞ୍ଚି ଯାଇଥିଲେ। କିନ୍ତୁ ବସ୍ତିରେ ଥିବା ଅଧିକାଂଶ ମାଟିଘରର କବାଟ ଝରକା ନ ଥିବାରୁ ଘର ଭିତରେ ରହିଯାଇଥିବା ଲୋକେ ମଧ୍ୟ ଏହି ଗ୍ୟାସର ଶିକାର ହୋଇଥିଲେ। ପୀଡ଼ିତ ଲୋକଙ୍କୁ ସହରସ୍ଥ ହମେଦିଆ ସରକାରୀ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ହସପିଟାଲରେ ରୋଗୀଙ୍କ ସଂଖ୍ୟା ତାହାର କ୍ଷମତାଠାରୁ ଯଥେଷ୍ଟ ଟପି ଯାଇଥିଲା। ଡାକ୍ତରମାନେ ପୂର୍ବରୁ ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସ୍‌ ସମ୍ପର୍କରେ ଆଦୌ ଶୁଣି ନ ଥିଲେ ଏବଂ ସେଥିପାଇଁ ଏହାର ଚିକିତ୍ସା ନିମନ୍ତେ ସେମାନଙ୍କ ପାଖରେ କୌଣସି ସଫଳ ଉପଚାର (Antidote) ନ ଥିଲା। ସେମାନେ କିଛି ରୋଗୀଙ୍କୁ କୃତ୍ରିମ ଶ୍ୱାସକ୍ରିୟା ନିମନ୍ତେ ଅକ୍ସିଜେନ୍‌ ଦେଇଥିଲେ। ମାତ୍ର ଅକ୍ସିଜେନ୍‌ ସହିତ ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସର ଅତି ମାରାତ୍ମକ ରାସାୟନିକ ପ୍ରତିକ୍ରିୟା ହୋଇଥିବାରୁ ଏହି ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଥିଲା। ଫଳରେ ଲୋକେ ପୋକମାଛି ଭଳି ଝଡ଼ି ପଡ଼ିଥିଲେ। ସକାଳ ବେଳକୁ ରାସ୍ତାରେ ମଣିଷ ତଥା ବିଭିନ୍ନ ଜୀବଜନ୍ତୁ ଓ ଗୃହପାଳିତ ପଶୁ ଯଥା ଗୋରୁ, ଷଣ୍ଢ, ଛେଳି, ମେଣ୍ଢା, ଗଧ , ଘୋଡ଼ା ଓ ପକ୍ଷୀମାନଙ୍କ କୁଢ଼କୁଢ଼ ଶବ ଜମା ହୋଇଥିଲା। ଏପରିକି ଗଛଗୁଡ଼ିକର ପତ୍ର ଶୁଖି ଯାଇଥିଲା ଓ ପାଣିରେ ମାଛମାନେ ମଧ୍ୟ ମରିଯାଇଥିଲେ। ସରକାର ସଙ୍ଗେସଙ୍ଗେ ସେନାର ଟ୍ରକ୍‌ ଜରିଆରେ କୁଢ଼କୁଢ଼ ମଣିଷ ଶବକୁ ଉଠାଇ ଗାତ ଖୋଳି ମାଟିରେ ପୋତି ପକାଇଥିଲେ।
ପୃଷ୍ଠଭୂମି: ଭାରତ ସରକାର ଦେଶରେ ରୋଗପୋକ ଦମନ କରି କୃଷି ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ୧୯୬୯ ମସିହାରେ ଏକ ଆମେରିକୀୟ ରାସାୟନିକ କମ୍ପାନୀ ‘ୟୁନିୟନ କାର୍ବାଇଡ କର୍ପୋରେଶନ’କୁ ମଧ୍ୟ ଭାରତର ସହର ଭୋପାଳଠାରେ ଏକ ଶିଳ୍ପ କାରଖାନା ପ୍ରତିଷ୍ଠା କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏହି କାରଖାନା ଭୋପାଳର ଉତ୍ତରପୂର୍ବ ଦିଗରେ ପ୍ରାୟ ୧୭ ଏକର ପରିମିତ ଜମି ଉପରେ ପ୍ରତିଷ୍ଠିତ ଥିଲା ଯେଉଁଠାରେ ପ୍ରାୟ ୭୫୦ ଶ୍ରମିକ କାର୍ଯ୍ୟ କରୁଥିଲେ। ଏହି କମ୍ପାନୀ ‘ମିଥାଇଲ୍‌ ଆଇସୋସ୍ୟାନେଟ୍‌’ ଗ୍ୟାସକୁ ଏକ ମଧ୍ୟବର୍ତ୍ତୀ ଦ୍ରବ୍ୟ ହିସାବରେ ବ୍ୟବହାର କରି ସେଭିନ୍‌ (Sevin) ନାମକ ଏକ କୀଟନାଶକ ପଦାର୍ଥ (Pesticide) ପ୍ରସ୍ତୁତ କରୁଥିଲା। ପ୍ରଥମେ କମ୍ପାନୀ ଏହି ଗ୍ୟାସକୁ ବିଦେଶରୁ ଆମଦାନୀ କରୁଥିଲା। ମାତ୍ର ଉତ୍ପାଦର ଚାହିଦା ବୃଦ୍ଧି ପାଇବାରୁ କମ୍ପାନୀ ୧୯୭୯ ମସିହାରେ ଏହି ଗ୍ୟାସର ଆବଶ୍ୟକ ଉତ୍ପାଦନ ପାଇଁ ନିଜସ୍ବ କାରଖାନାରେ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ସ୍ଥାପନ କରିଥିଲା। ଏଥିରେ ଦୁଇଟି ଅତି ବିଷାକ୍ତ ଗ୍ୟାସ୍‌ ଯଥା ମିଥାଇଲମାଇନ୍‌ (Methylmine) ଓ ଫସଜିନ୍‌ (Phosgene)ର ରାସାୟନିକ ପ୍ରତିକ୍ରିୟା ଘଟାଯାଇ ଏହି ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସ୍‌ ପ୍ରସ୍ତୁତ କରାଯାଉଥିଲା। ଶେଷରେ ଏହି ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସ୍‌ ସହିତ ‘୧-ନାପଥୋଲ’ ନାମକ ଆଉ ଗୋଟିଏ ବିଷାକ୍ତ ଗ୍ୟାସର ରାସାୟନିକ ପ୍ରତିକ୍ରିୟା ଘଟାଯାଇ କାର୍ବାରାଇଲ୍‌ (Carbaryl) ନାମକ କୀଟନାଶକ ପଦାର୍ଥ ପ୍ରସ୍ତୁତ କରାଯାଇ ବ୍ୟବସାୟିକ ‘ସେଭିନ୍‌’ ନାମରେ ବଜାରରେ ବିକ୍ରି କରାଯାଉଥିଲା। ଏହି କାରଖାନାରୁ ବାର୍ଷିକ ପ୍ରାୟ ୫୦୦୦ ଟନ୍‌ ସେଭିନ୍‌ ଉତ୍ପାଦନ ହେଉଥିଲା।
ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସକୁ ଉତ୍ପାଦନ ପରେ ଭଣ୍ଡାରଣ କରି ରଖିବା ପାଇଁ କାରଖାନା ପରିସରରେ କଙ୍କ୍ରିଟରେ ଗଢା ପାଖାପାଖି ତିନୋଟି ଭୂତଳ ଟାଙ୍କି ନିର୍ମାଣ କରାଯାଇଥିଲା। ଏହି ତିନୋଟି ଟାଙ୍କିରେ ସମୁଦାୟ ୬୮,୦୦୦ ଲିଟର ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସ ଗଚ୍ଛିତ ହୋଇ ରହିବାର ବ୍ୟବସ୍ଥା ଥିଲା। ନିୟମ ଅନୁସାରେ, ଏହି ଟାଙ୍କି ସବୁରେ ମାତ୍ର ଅର୍ଦ୍ଧେକ ଅଂଶ ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସରେ ପୂର୍ଣ୍ଣ କରାଯାଉଥିଲା ଓ ବାକି ଅର୍ଦ୍ଧେକ ଅଂଶରୁ ବାୟୁ ଖାଲି କରାଯାଇ ନାଇଟ୍ରୋଜେନ୍‌ ଗ୍ୟାସ୍‌କୁ ଉଚ୍ଚ ଚାପରେ ଭର୍ତ୍ତି କରାଯାଉଥିଲା। ଏଥିପାଇଁ ଦୁଇଟି କାରଣ ଥିଲା : ପ୍ରଥମତଃ ବାୟୁରେ ଥିବା ଜଳୀୟବାଷ୍ପ ସହିତ ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସର ରାସାୟନିକ ପ୍ରତିକ୍ରିୟା ଅତି ବିସ୍ଫୋରକ ଥିଲା। ଦ୍ୱିତୀୟତଃ ଚାପଯୁକ୍ତ ନାଇଟ୍ରୋଜେନ୍‌ ଗ୍ୟାସ୍‌କୁ ବ୍ୟବହାର କରି ଟାଙ୍କିରୁ ସଞ୍ଚିତ ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସ୍‌କୁ ମଧ୍ୟ ଆବଶ୍ୟକତା ଅନୁସାରେ ପଦାକୁ ନିର୍ଗତ କରି ବ୍ୟବହାର କରାଯାଇପାରୁଥିଲା। (କ୍ରମଶଃ…)

ନିକୁଞ୍ଜ ବିହାରୀ ସାହ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri