Posted inଜାତୀୟ

କେବଳ ଫୁସ୍‌ଫୁସ୍‌ ନୁହେଁ, ଶରୀରର ଏସବୁ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଉଛି କରୋନା ଭୂତାଣୁ

ନୂଆଦିଲ୍ଲୀ,୯।୭: କରୋନା ସଂକ୍ରମଣ କେବଳ ଫୁସଫୁସକୁ ସଂକ୍ରମିତ କରେ ନାହିଁ, ବରଂ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ବହୁତ କ୍ଷତି ପହଞ୍ଚାଏ। ଏହାର ଖରାପ ପ୍ରଭାବ କିଡନୀ, ଯକୃତ, ଅଗ୍ନାଶୟ, ମସ୍ତିଷ୍କ ଏବଂ ହୃଦୟରେ ମଧ୍ୟ ଦେଖାଯାଇଛି। ଭୋପାଳ ଏମ୍ସ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଦେଶରେ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଏମ୍ସରେ କୋଭିଡ ମୃତଦେହର ପୋଷ୍ଟମର୍ଟମରେ ବାହାରିଥିବା ରିପୋର୍ଟ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ରହିଛି। ଭୋପାଳ ଏମ୍ସରେ ୨୧ଟି କୋଭିଡ ମୃତଦେହର ବ୍ୟବଚ୍ଛେଦ ପରେ ଜଣାପଡିଥିଲା ଯେ, କରୋନା ଭୂତାଣୁ କେବଳ ଫୁସଫୁସ ନୁହେଁ କିଡନୀ, ମସ୍ତିଷ୍କ, ଅଗ୍ନାଶୟ, ଯକୃତ ଏବଂ ହୃଦଘାତରେ ମଧ୍ୟ ସମସ୍ୟା ସୃଷ୍ଟି କରିଛି।
ଭୋପାଳ ଏମ୍ସ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ମୃତ୍‌ୟୁର ୨୦ ଘଣ୍ଟା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀଙ୍କ ଶରୀରରେ କୋଭିଡ -୧୯ ଭୂତାଣୁ ମିଳିଛି। ଭୋପାଳ ଏମ୍ସ ନିର୍ଦ୍ଦେଶକ ଡା. ସରମନ ସିଂ କହିଛନ୍ତି ଯେ, ଗତ ବର୍ଷ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏମ୍ସ ଭୋପାଳରେ ୨୧ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା, ଯେଉଁଥିରେ ୪୫% ମୃତକଙ୍କ ବ୍ରେନ୍‌ରେ କରୋନା ଭୂତାଣୁ ପହଞ୍ଚିଥିଲା। କରୋନା ସଂକ୍ରମଣ ଫୁସଫୁସରେ ୯୦ ପ୍ରତିଶତରେ ପହଞ୍ଚିଥିଲା ଏବଂ ଏହା ବ୍ୟତୀତ କରୋନା କିଡନୀ, ଯକୃତ, ଅଗ୍ନାଶୟକୁ ସଂକ୍ରମିତ କରିଥିଲା। ମୃତୁଦେହ ବ୍ୟବଚ୍ଛେଦ ସମୟରେ ଏହା ମଧ୍ୟ ଜଣାପଡିଛି ଯେ ମୃତ୍ୟୁବରଣ କରିଥିବା ଏହି ୨୧ ରୋଗୀଙ୍କ ମଧ୍ୟରୁ ୨୦ ଜଣଙ୍କର ଅନ୍ୟ ରୋଗ ଥିବାବେଳେ ଜଣେ ରୋଗୀଙ୍କର କରୋନା ପୂର୍ବରୁ କୌଣସି ରୋଗ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri