ଭୂମିପୂଜନ

ଭାରତରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ଗୋଟିଏ ଦିନରେ ୫୦ ହଜାର ଲୋକ ଆକ୍ରାନ୍ତ ହେବା ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଥିବାରୁ ଅର୍ଥନୀତି ଘୋର ପ୍ରଭାବିତ ହୋଇଛି। ଅସଂଖ୍ୟ ବ୍ୟବସାୟିକ ସଂସ୍ଥାରେ ସ୍ଥାୟୀ ଭାବେ ତାଲା ପଡ଼ିଯାଇଥିବା ବେଳେ ବେକାର ସମସ୍ୟା କୂଳ ଲଂଘିସାରିଲାଣି। ସରକାରୀ ସଂସ୍ଥାଠାରୁ ଆରମ୍ଭକରି ଘରୋଇ ଉଦ୍ୟୋଗ ଖର୍ଚ୍ଚକାଟ କରି ଯେନତେନ ତିଷ୍ଠିବାକୁ ପ୍ରୟାସ କରୁଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ପ୍ରଧାନମନ୍ତ୍ରୀ ଓ ଆଉ କିଛି ଭାଜପା ନେତା ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମିପୂଜନ କାର୍ଯ୍ୟ ଲାଗି ତତ୍ପର ହେଉଥିବା ଖବର ଶୁଣିବାକୁ ମିଳୁଛି। ଏପରି କି ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇସାରିଲାଣି। ଭୂମିପୂଜନ ଉପଲକ୍ଷେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଅଯୋଧ୍ୟା ନଗରୀକୁ ସଜାଯାଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ଏଆଇଏମ୍‌ଆଇଏମ୍‌ ଏମ୍‌ପି ଇମ୍‌ତିଆଜ୍‌ ଜଲିଲ୍‌ ପ୍ରଧାନମନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, ଏଭଳି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଯଦି ମନ୍ଦିର ଯାଇପାରିବେ, ତେବେ ମସ୍‌ଜିଦ୍‌ରେ ମୁସଲମାନମାନେ କାହିଁକି ନମାଜ ପଢ଼ିପାରିବେ ନାହିଁ।
ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଯେତେବେଳେ ପୂଜାସ୍ଥଳୀଗୁଡ଼ିକ ବୁଲିବା ଉପରେ କଟକଣା ଜାରି କରାଯାଇଛି, ସେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ତରବରିଆ ଭାବେ କାହିଁକି କରାଯିବାର ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ହେଉଛି। ଅନ୍ୟପଟେ ଏଭଳି ମତ ପ୍ରକାଶ ପାଉଛି ଯେ, ଯେତେବେଳେ ପୂର୍ବରୁ ସୋମନାଥ ମନ୍ଦିରର ନୂତନ ଅଙ୍ଗର ଉଦ୍‌ଘାଟନ ହୋଇଥିଲା, ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା କରାଯାଇଥିଲା। ଭାରତର ଅନେକ ଲୋକଙ୍କ ଆଶା ଆକାଂକ୍ଷା ରୂପେ ଗଢ଼ିଉଠୁଥିବା ରାମ ମନ୍ଦିରର ଭୂମିପୂଜନ ସେହିଭଳି ଭାବେ ଆଜିର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଦ୍ୱାରା କରାଯାଇପାରିଥାନ୍ତା। ଏଭଳି ଏକ ଧାର୍ମିକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ହାତେଇ ନେଲେ ତାହା ଧାର୍ମିକ ନ ହୋଇ ରାଜନୈତିକ ରଙ୍ଗରେ ରଙ୍ଗାୟିତ ହୋଇଯିବାର ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଉଛି। ଅନ୍ୟପଟେ ଆଜିର ରାଷ୍ଟ୍ରପତିଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିଲେ ତାହା ହିନ୍ଦୁ ସମାଜ ଭିତରେ ଥିବା ଜାତି ବିଭେଦକୁ ଭାଙ୍ଗିବାରେ ସାହାଯ୍ୟ କରିଥାଆନ୍ତା ବୋଲି ଅନ୍ୟ କେତେକ ମତ ଦେଉଛନ୍ତି।
ପ୍ରଧାନମନ୍ତ୍ରୀ କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମାଧ୍ୟମରେ ଦେଶବାସୀଙ୍କୁ ବାର୍ତ୍ତା ଦେଉଛନ୍ତି। ଦୁଇ ଗଜ ଦୂରତା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଅଯୋଧ୍ୟା ଭୂମିପୂଜନ ବେଳେ ସାଧୁ ସନ୍ଥଙ୍କୁ ମିଶାଇ ପ୍ରାୟ ୨୦୦ ଲୋକ ଗୋଟିଏ ଜାଗାରେ ଏକତ୍ରିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କରିବା ଭାଜପାର ଏକ ବହୁପୁରୁଣା କାର୍ଯ୍ୟସୂଚୀ ରହିଆସିଛି। ସେଥିପାଇଁ ହିଂସା, ମୃତ୍ୟୁ, ବହୁ ବାଦବିବାଦ ସହିତ କୋର୍ଟ କଚେରି ହୋଇଛି। ଶେଷରେ ସୁପ୍ରିମକୋର୍ଟ ୯ ନଭେମ୍ବର ୨୦୧୯ରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦର ସମାଧାନ ସୂତ୍ର ଦେଇଥିଲେ। ବିବାଦୀୟ ସ୍ଥଳରେ ରାମ ମନ୍ଦିର ପ୍ରତିଷ୍ଠା କରାଯିବା ସହିତ ମସ୍‌ଜିଦ୍‌ ନିର୍ମାଣ ଲାଗି ୫ ଏକର ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ଐତିହାସିକ ରାୟ ପ୍ରକାଶ ପାଇବା ପରେ ରାମ ମନ୍ଦିର ଭୂମିପୂଜନ ଲାଗି ବିଧିବଦ୍ଧ ଅନୁମତି ମିଳିଯାଇଥିଲା। ସେହି ଦୃଷ୍ଟିରୁ ଦେଖିଲେ ଭୂମିପୂଜନ ସକାଶେ ଶୁଭ ଦିନ ୫ ଅଗଷ୍ଟ ରଖାଯାଇଛି। ଏହା କହିବା ସହିତ ବହୁ ଆକାଂକ୍ଷିତ ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟ ଅଧିକ ବିଳମ୍ବ କରିବା ଅନୁଚିତ ହୋଇଥାଆନ୍ତା। ବିଶେଷକରି ଏହି ମନ୍ଦିର ଓ ରାମଲାଲାଙ୍କ ଇତିହାସକୁ ଦେଖିଲେ ଏହା ଏକ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି କରୁଥିବାର ସୂତ୍ର ହୋଇଯାଇଥିଲା। ତାହାର ସମାଧାନ ଦିଗରେ ସୁପ୍ରିମକୋର୍ଟଙ୍କ ରାୟ ଅନେକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥିଲେ ମଧ୍ୟ ସର୍ବସାଧାରଣରେ ସନ୍ତୁଷ୍ଟିଲାଭ କରିଥିଲା। ଅନେକ କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହି ମନ୍ଦିରର ନିର୍ମାଣ ଅଳ୍ପ କେତେକ ମାସ ମଧ୍ୟରେ ଶେଷ ହେବ। ଅଯୋଧ୍ୟାରେ ଯେତେ ଶୀଘ୍ର ରାମ ମନ୍ଦିର ଗଢ଼ିଉଠିବ ଉତ୍ତର ଭାରତରେ ଶାନ୍ତି ସ୍ଥାପନା ହେବା ସେତିକି ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri