ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା ୨’ର ଟ୍ରେଲର ଲଞ୍ଚ ହେବା ପରେ ଏବେ ଦର୍ଶକଙ୍କର ଉତ୍ସାହ ଦ୍ୱିଗୁଣିତ ହୋଇଛି । ଫିଲ୍ମର ଟ୍ରେଲର କାଫି ମଜାଦାର ଓ ଏଣ୍ଟରଟେନମେଣ୍ଟ ହୋଇଥିବାରୁ ଫିଲ୍ମଟି ମଧ୍ୟ ସେତିକି ଏଣ୍ଟରଟେନିଂ ହାଇଥିବ ବୋଲି ଆଶ କରାଯାଉଛି । ଏଥର ଭୁଳ ଭୁଲେୟା ୨ରେ ସସପେନ୍ସ, ହରର, ରୋମାନ୍ସ ଓ କମେଡିର ତଡକା ଦେଖିବାକୁ ମିଳିବ । ’ଭୁଲ ଭୁଲେୟା ୨’ ୨୦ ମେ ୨୦୨୨ରେ ରିଲିଜ୍ ହେବ । ଏଥିରେ କାର୍ତ୍ତିକ ଆର୍ଯ୍ୟନ, ତବୁ ଓ କିଆରାଙ୍କ ବ୍ୟତୀତ ରାଜପାଲ ଯାଦବ, ସଞ୍ଜୟ ମିଶ୍ର ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
୨୦୦୭ରେ ଆସିଥିବା ‘ଭୁଲ ଭୁଲେୟା’ର ଏହା ହେଉଛି ସିକ୍ୱିଲ । ଫିଲ୍ମର ପ୍ରଥମ ଭାଗରେ ଶାଇନି ଆହୁଜା, ବିଦ୍ୟା ବଲାନ, ଅମିଶ।। ପଟେଲ ଅକ୍ଷୟ କୁମାର ଲିଡ ରୋଲରେ ନଜର ଆସିଥିଲେ । ସେ ସମୟରେ ଫିଲ୍ମକୁ ଭଲ ରେସପନ୍ସ ମିଳିଥିବା ବେଳେ କଳାକାରମାନଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ ବି କରିଥିଲେ । ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଏଥର ଭୁଲ ଭୁଲେୟା ୨ କୁ ଅନିସ ବଜମି ନିର୍ଦ୍ଦେଶନା ଦେଇଥିବା ବେଳେ ଭୁଷଣ କୁମାର ପ୍ରଯୋଜନା କରିଛନ୍ତି । ଏଥିରେ ପ୍ରଥମଥର ପାଇଁ କିଆରା ଓ କାର୍ତ୍ତିକଙ୍କ ଯୋଡିକୁ ଦେଖିବାକୁ ମିଳିବ । ତେବେ ଅପେକ୍ଷା ରହିଲା ଏହା ଦର୍ଶକଙ୍କୁ ବାନ୍ଧି ରଖିବାରେ କେତେ ସଫଳ ହେଉଛି ।

Share