ଅଭିନୟ ଦୁନିଆକୁ ବାଏ କହିଲେ ଏହି ଭୋଜପୁରୀ ଅଭିନେତ୍ରୀ

ମୁମ୍ବାଇ: ଧର୍ମ ପାଇଁ ଅଭିନୟ ଦୁନିଆରୁ ଦୂରେଇ ଗଲେ ଆଉ ଜଣେ ଅଭିନେତ୍ରୀ। ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ସାହର ଆଫଶା ଇସଲାମ ଧର୍ମ ଲାଗି ମନୋରଞ୍ଜନଜଗତକୁ ଛାଡ଼ିଛନ୍ତି। ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି।

ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ଆଫଶା ଲେଖିଛନ୍ତି, ‘ମୁଁ ଆପଣଙ୍କୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ମୋର ଏଥିସହ ଆଉ କୌଣସି ସମ୍ପର୍କ ନାହିଁ। ଇନଶାଲ୍ଲାହ, ମୁଁ ଇସଲାମିକ ଶିକ୍ଷା ଏବଂ ଅଲ୍ଲାହଙ୍କ ଆଶୀର୍ବାଦ ଅନୁଯାୟୀ ପରବର୍ତ୍ତୀ ଜୀବନରେ ବଞ୍ଚିବାକୁ ଇଚ୍ଛା କରୁଛି। ମୁଁ ଯେଉଁଭଳି ଜୀବନ ବଞ୍ଚଥିଲି ସେଥିଲାଗି ଅଲ୍ଲାହଙ୍କ ଠାରେ ଅନୁତାପ କରେ ଏବଂ ମୁଁ ଅଲ୍ଲାହଙ୍କୁ କ୍ଷମା ମଧ୍ୟ ମାଗୁଛି। ବଡ ସଫଳତା ଏବଂ ଧନ ପାଇବା ପରେ ବି ମୁଁ ସନ୍ତୁଷ୍ଟ ନ ଥିଲି। କାହିଁକିନା ମୁଁ ପିଲାଦିନେ ମଧ୍ୟ ଏଭଳି ଜୀବନ ବଞ୍ଚିବାକୁ ସ୍ବପ୍ନ ଦେଖି ନ ଥିଲି। ଏସବୁ ସଂଯୋଗରେ ହୋଇଥିଲା। ମୁଁ ଏହି ଅଭିନୟ କ୍ଷେତ୍ରକୁ ଆସିଗଲି ଏବଂ ଆଗକୁ ବଢ଼ିଲି। ହେଲେ ମୁଁ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସବୁକିଛି ଶେଷ କରିବାକୁ ଚାହୁଁଛି।’

ସାହରଙ୍କ ପୂର୍ବରୁ ଅଭିନେତ୍ରୀ ସନା ଖାଁ ମଧ୍ୟ ଏଭଳି ହିଁ ପୋଷ୍ଟ ଲେଖି ଅଭିନୟଜଗତରୁ ଦୂରେଇ ଯାଇଥିଲେ। ତେବେ ସେ ଏବେ ସାହରଙ୍କ ପୋଷ୍ଟରେ ସନା ଖୁସି ପ୍ରକାଶ କରିଛନ୍ତି। ସାହର ଏବେ ସନାଙ୍କ ସହ ମିଶି ସେବାରେ ଲାଗି ପଡିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି।

Share