ଚୋରି କରି ଧରାପଡିଲେ ଭୋଜପୁରୀ ଅଭିନେତ୍ରୀ, ମାଗୁଛନ୍ତି ଭିକ,ଦିନେ ଥିଲେ ନିର୍ଦ୍ଦେଶକଙ୍କ ପ୍ରଥମ ପ୍ରସନ୍ଦ…

ମୁମ୍ବାଇ : ଲୋକମାନେ ନିଜ କ୍ୟାରିୟର କରିବାକୁ ଚଳଚ୍ଚିତ୍ର ଜଗତକୁ ଆସନ୍ତି, କିନ୍ତୁ କିଛି ଲୋକ ସଫଳ ହୁଅନ୍ତି ଏବଂ କିଛି ଲୋକ ନିରାଶ ହୁଅନ୍ତି। ବଲିଉଡ ଠାରୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହା ଘଟେ। ଭୋଜପୁରୀ ସିନେମାର ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି ମିତାଲି ଶର୍ମା।ଏକ ସମୟରେ ସେ ଭୋଜପୁରୀ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ଜୀବନ ଦୁର୍ଦିନ ଦେଇ ଗତି କରୁଛି। ପରିସ୍ଥିତି ଏପରି ହୋଇଛି ସେ ମୁମ୍ବାଇର ଲୋଖଣ୍ଡୱାଲା ରାସ୍ତାରେ ଭିକ ମାଗିବା ଆରମ୍ଭ କରିଛନ୍ତି।

କିଛି ସମୟ ପୂର୍ବରୁ ମିତାଲି ଶର୍ମାଙ୍କ ବିଷୟରେ ଖବର ଆସିଥିଲା ସେ ମୁମ୍ବାଇର ଲୋଖଣ୍ଡୱାଲା ରାସ୍ତାରେ ଚୋରି କରି ଧରାପଡିଥିଲେ। ଖବର ଆସିଥିଲା ପ୍ରାୟ ସାତ ବର୍ଷ ପୂର୍ବେ ଓଶିୱାରା ପୋଲିସ ତାଙ୍କୁ ଗିରଫ କରିଥିଲା। କୁହାଯାଏ ମିତାଲି ପ୍ରଥମେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ପରେ ତାଙ୍କୁ କାମୁଡି ପଳାଇବାକୁ ଚେଷ୍ଟା କରିଥିଲେ।

ଅନ୍ୟ ସମସ୍ତଙ୍କ ପରି ମିତାଲି ମଧ୍ୟ ହିରୋଇନ ହେବାର ସ୍ବପ୍ନ ଦେଖିଥିଲେ। ଏହି କାରଣରୁ ସେ ନିଜ ପରିବାର ଛାଡି ନିଜ ଭାଗ୍ୟ ପରୀକ୍ଷା କରିବାକୁ ମୁମ୍ବାଇ ଆସିଥିଲେ। ତାଙ୍କର ଜିଦ ଯୋଗୁ ପରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ପରିତ୍ୟାଗ କରିଥିଲେ। ମୁମ୍ବାଇରେ କିଛି ଚଳଚ୍ଚିତ୍ର କରିବା ଏବଂ ମଡେଲିଂ କରିବା ପରେ ସେ ଗତ କିଛି ମାସ ଧରି କାମ ପାଇ ନ ଥିଲେ ଏବଂ ଟଙ୍କା ଅଭାବରୁ ସେ ଡିପ୍ରେଶନରେ ଯାଇଥିଲେ। ତାଙ୍କ ଅବସ୍ଥାକୁ ଦେଖି ଅନୁମାନ କରାଯାଇପାରେ ସେ ଉପଯୁକ୍ତ ଖାଦ୍ୟ ମଧ୍ୟ ପାଉନାହାନ୍ତି।

ଯେତେବେଳେ ପୋଲିସ ତାଙ୍କୁ ଧରି ପୋଲିସ ଷ୍ଟେଶନକୁ ଆଣିଲା, ମିତାଲି ପ୍ରଥମେ ଅନୁରୋଧ କରିଥିଲେ ମୋତେ ଖାଦ୍ୟ ଦିଅ। କୁହାଯାଉଛି ତାଙ୍କ ଅବସ୍ଥାକୁ ବିଚାର କରି ପୋଲିସ ତାଙ୍କୁ ଠାଣେରେ ଥିବା ମାନସିକ ଆଶ୍ରୟସ୍ଥଳରେ ଭର୍ତ୍ତି କରିଥିଲା ଏବଂ ବର୍ତ୍ତମାନ ସେ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ ଅଧିକ ସୂଚନା ନାହିଁ।

Share