ଅଡୁଆରେ ଭୋଜପୁରୀ ସୁପରଷ୍ଟାର ପବନ ସିଂହ; ଛାଡ଼ପତ୍ର ପରେ ସ୍ତ୍ରୀ ମାଗିଲେ ଭରଣପୋଷଣ

ବମ୍ବେ: ଭୋଜପୁରୀ ଅଭିନେତା ପବନ ସିଂହଙ୍କ ଅଡୁଆ ବଢ଼ିଛି। ଛାଡ଼ପତ୍ର ପରେ ଭରଣପୋଷଣକୁ ନେଇ ସ୍ତ୍ରୀ ଜ୍ୟୋତି ସିଂହ କରିଥିବା ଆବେଦନକୁ ନେଇ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ତ୍ରୀଙ୍କ ଅଭିଯୋଗ ବିରୋଧରେ ନିଜ ପକ୍ଷ ରଖିବା ଲାଗି ତାଙ୍କୁ ନଭେମ୍ବର ୫ ତାରିଖ ମିଳିଛି।

କହିରଖୁଛୁ, ପବନ ସିଂହଙ୍କୁ ଭୋଜପୁରୀ ସିନେମାର ସୁପରଷ୍ଟାର ବୋଲି କୁହାଯାଏ। ସେ ଜଣେ ଭଲ ଅଭିନେତା ସାଙ୍ଗକୁ ଗାୟକ, ମ୍ୟୁଜିକ କମ୍ପୋଜର, ଷ୍ଟେଜ୍‌ ପର୍‌ଫର୍ମ ଏବଂ ଲୋକପ୍ରିୟ ମିଡିଆ ପର୍ସନାଲିଟି ମଧ୍ୟରୁ ଜଣେ। ଜ୍ୟୋତି ପବନଙ୍କ ଦ୍ୱିତୀୟ ସ୍ତ୍ରୀ। ତାଙ୍କ ପୂର୍ବରୁ ଅଭିନେତା ୨୦୧୪ରେ ପ୍ରିୟା କୁମାରୀଙ୍କୁ ବିବାହ କରିଥିଲେ। ବିବାହ ପରେ ଅନେକ ବିବାଦ ତାଙ୍କୁ ନେଇ ସୃଷ୍ଟି ହୋଇଛି। ପ୍ରିୟା ଆତ୍ମହତ୍ୟା କରିନେବା ପରେ ୨୦୧୬ରେ ସେ ପ୍ରିୟାଙ୍କୁ ବିବାହ କରିଥିଲେ। ହେଲେ ଏହି ବିବାହ ମଧ୍ୟ ବେଶି ଦିନ ତିଷ୍ଠି ନାହିଁ।

Share