ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ତଥା ଭୋଜପୁରୀ ଅଭିନେତା ମନୋଜ ତିଓ୍ବାରୀଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଅର୍ଥାତ୍‌ ସେ ପୁଣିଥରେ ବାପା ହୋଇଛନ୍ତି। ମନୋଜ ଝିଅକୁ କୋଳରେ ଧରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାରକରି ଏହି ସୂଚନା ଦେଇଛନ୍ତି।ଅଭିନେତାଙ୍କର ଏହା ଦ୍ୱିତୀୟ ସ୍ତ୍ରୀ ସୁରଭିଙ୍କଠାରୁ ପ୍ରଥମ କନ୍ୟା ସନ୍ତାନ। ତାଙ୍କର ପ୍ରଥମ ସ୍ତ୍ରୀ ରାଣୀଙ୍କଠାରୁ ମଧ୍ୟ ଜଣେ ଝିଅ ଅଛନ୍ତି। ଏବେ ସେ ମୁମ୍ବାଇରେ ରହି ପାଠ ପଢ଼ୁଛନ୍ତି। ୨୦୧୨ରେ ମନୋଜ ରାନୀଙ୍କଠାରୁ ଛାଡପତ୍ର ନେଇଥିଲେ। ତେବେ ମନୋଜ ପୁଣିଥରେ ବାପା ହୋଇଥିବା ନେଇ ସୂଚନା ଦେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟୁଛି।

Share