ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ ଭିତରକନିକା ଅଭୟାରଣ୍ୟ ପରିଭ୍ରମଣ କରି ଏହାର ବେଶ୍‌ ମଜା ନେଇପାରିବେ।

ସୂଚନା ଥାଉକି, କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ବନ୍ଦ ଥିଲା ଭିତରକନିକା। କୁମ୍ଭୀରମାନଙ୍କର ସୁରକ୍ଷା ଏବଂ ନିରାପଦ ପ୍ରଜନନ ପାଇଁ ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ମେ’ରୁ ଜୁଲାଇ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥାଏ। କାରଣ କୁମ୍ଭୀରଙ୍କ ପ୍ରଜନନରେ ଯେପରି ବାଧା ସୃଷ୍ଟି ନ ହୁଏ।

ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ନୌକା ଚାଳକ, ଗାଇଡ୍ ଏବଂ ରିସର୍ଟଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Dharitri –Odisha’s No.1 Trusted Odia Daily

Share