ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ଭିଡ଼

କେନ୍ଦ୍ରାପଡ଼ା ଅଫିସ,୧୫।୮: ଭିତରକନିକା ଜାତୀୟ ଉଦ୍ୟାନ ରବିବାର ଖୋଲିଛି। କୁମ୍ଭୀର ଗଣନା ଲାଗି ୧୧ ଦିନ ଧରି ଏହା ବନ୍ଦ ଥିଲା। ଗତ ୪ରୁ ୧୪ ତାରିଖ ଯାଏ କୁମ୍ଭୀର ଗଣନା ଚାଲିଥିଲା। ଆଜି ଉଦ୍ୟାନ ଖୋଲିବାରୁ ସକାଳୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।