ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର,୧ା୧୦(ଡି.ଏନ୍‌.ଏ.): ଦୀର୍ଘ ୭ ମାସ ପରେ ଗୁରୁବାରଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ରାତ୍ରିଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଅନୁମତି ମିଳିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ସମସ୍ତ ଗାଇଡ୍‌ଲାଇନ ମାନି ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରେ ବୁଲିପାରିବେ।
ପର୍ଯ୍ୟଟକମାନେ ଓଡ଼ିଶା ଟୁରିଜିମ୍‌ରେ ଅନ୍‌ଲାଇନ୍‌ ବୁକ୍‌ କରିପାରିବେ। କଟେଜ୍‌ ଏବଂ ବୋଟ୍‌ଗୁଡ଼ିକୁ ସାନିଟାଇଜ୍‌ କରାଯିବା ସହ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ।