ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ପଡ଼ିଛି ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୮ା୪: ବିଶ୍ୱ ଐତିହ୍ୟ ତାଲିକାରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ଜାତୀୟ ଉଦ୍ୟାନ ଭିତରକନିକାକୁ ଯୋଡ଼ିବା ପାଇଁ ୟୁନେସ୍କୋ ପକ୍ଷରୁ ୨୦୧୬ରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏକ ଟିମ୍‌ ଏଥିପାଇଁ ଅନୁଧ୍ୟାନ କରିଥିଲେ । ତେବେ ଏହି ପ୍ରାକୃତିକ ପରିବେଶରେ ଥିବା ଗ୍ରାମ, ଚିଙ୍ଗୁଡି ଘେରି, ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷା ଉପରେ ଟିମ୍‌ ସଦସ୍ୟମାନେ ପ୍ରଶ୍ନ ଉଠାଇବାରୁ ୨୦୧୭ରେ ଅନୁଷ୍ଠିତ ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ୍‌ ନେଚର) ବୈଠକରେ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ପଡିଛି । କେବଳ ଭିତରକନିକାର ଜୈବ ବିବିଧତା ଏହି ଜିଲାରେ ନଷ୍ଟ ହେଉନାହିଁ, ଇଂରେଜମାନଙ୍କ ଦ୍ୱାରା ସହରର ପୁରୁଣା ବସଷ୍ଟାଣ୍ଡରେ ପ୍ରତିଷ୍ଠିତ ପ୍ରଥମ ବାଳିକା ବିଦ୍ୟାଳୟର ପୁରୁଣା ଘରକୁ ସଂରକ୍ଷଣ ବଦଳରେ ୨୦୧୭ରେ ମାଟିରେ ମିଶାଇ ଦିଆଗଲା । ଏପରି ବହୁ ଐତିହ୍ୟ ଓ ଗରିମାମୟ ସ୍ମାରକୀ ଅଣଦେଖା ଅବସ୍ଥାରେ ପଡିଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ପୁରୁଣା ମନ୍ଦିରର ଗରୁଡ଼ ମୂର୍ତ୍ତି ଏବେ ବବକରପୁରରେ ଥିବା ଆଲୋଚନା ହେଉଛି । ସେହିପରି କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରସ୍ଥ ହାବେଳିସାହି ଜଗନ୍ନାଥ ମନ୍ଦିରରେ ଥିବା ଚକାସନର ଲିପି ଗବେଷଣା ପାଇଁ ଆହ୍ବାନ କରିଛି ।

ଏ ସମ୍ପର୍କରେ ଐତିହାସିକ ଡ. ହରିଶଚନ୍ଦ୍ର ପୃଷ୍ଟି, ଗବେଷକ ଡ. ସର୍ବେଶ୍ୱର ସେଣ, ଶିକ୍ଷାବିତ୍‌ ଭୁବନମୋହନ ଜେନା ପ୍ରମୁଖ କହିଛନ୍ତି, ନୌବାଣିଜ୍ୟ ସମ୍ପର୍କିତ ବହୁ ଐତିହ୍ୟ ସ୍ମାରକୀ ଜିଲାର ବିଭବ ସାଜିଛି । ଦଶମ ଓ ଏକାଦଶ ଖ୍ରୀଷ୍ଟାବ୍ଦର ଭିତରକନିକାସ୍ଥିତ ନାୟକବାବୁ ମନ୍ଦିର, ପଞ୍ଚୁବରାହୀ ମନ୍ଦିର, ଲଙ୍କେଶ୍ୱର ମନ୍ଦିର ଏହାର ଉଦାହରଣ ମାତ୍ର । ହୁକିଟୋଲା, ବତୀଘର, ଫଲ୍‌ସ ପଏଣ୍ଟ, କେନ୍ଦ୍ରାପଡ଼ା କେନାଲ, ବରୁଣେଇ ପେଣ୍ଠ ଆଦିର ଇତିହାସ ଥିବା ବେଳେ ଏହାର ବିକାଶ ହୋଇପାରୁନାହିଁ । ସେହିପରି ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର, ସିକୋ ଅଷ୍ଟଶମ୍ଭୁ, ଚଉଦକୁଲାଟ ଓ ଡେରାବିଶର ଦଧିବାମନଜୀଉ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି । କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂର ହାବେଳିସାହିର ଜଗନ୍ନାଥ ମନ୍ଦିରର ଚକାସନ ଗବେଷଣାକୁ ଅପେକ୍ଷା କରିଛି । ସେଠାରେ ଥିବା ଚକାସନରେ ପ୍ରାକ୍‌ ଓଡ଼ିଆ ଭାଷାରେ କିଛି ଲେଖାଯାଇଛି; ଯାହାର ପଠନ କରାଗଲେ ସହରର ପୁରୁଣା ଜଗନ୍ନାଥ ମନ୍ଦିରର ଚକାସନ କିମ୍ବା ପୁରୀ ଶ୍ରୀକ୍ଷେତ୍ରର ସୁଭଦ୍ରାଙ୍କ ଚକାସନ ସମ୍ପର୍କରେ ତଥ୍ୟ ମିଳିପାରନ୍ତା । ସେହିପରି ପୁରୁଣା ବଳଦେବଜୀଉ ମନ୍ଦିରର ଗରୁଡ଼ ଏବେ ମହାକାଳପଡ଼ା ବ୍ଲକ ବବକରପୁର କାଳିଦାସ ମନ୍ଦିରରେ ଥିବା ବେଳେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଗୋପୀନାଥ ଖଣ୍ଡିତ ଅବସ୍ଥାରେ ବଡବାରଙ୍ଗ ଗ୍ରାମରେ ପୂଜା ପାଉଛନ୍ତି । ଏହା ବ୍ୟତୀତ ୧୮୭୮ ମସିହା ବ୍ରିଟିଶ ଶାସକଙ୍କ ଦ୍ୱାରା ଗଜପତି ଦିବ୍ୟସିଂହ ଦେବଙ୍କୁ କଳାପାଣି ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସହରର ବିନୋଦବିହାରୀ ମନ୍ଦିର ପରିସରରେ ରହିଥିବା ପ୍ରମାଣ ଅଛି ।

ନାଥ ଧର୍ମର ପ୍ରଚାରକଙ୍କ କେନ୍ଦରା ବାଦ୍ୟ ଜିଲାରୁ ଲୋପ ପାଉଛି । ଏହି ଧର୍ମ ପ୍ରଚାରକଙ୍କ ପ୍ରତିମୂର୍ତ୍ତି ଡେରାବିଶ, ରାଜନଗର ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳିଛି । ମତ୍ସେନ୍ଦ୍ରନାଥ, ଶୈଳେନ୍ଦ୍ରନାଥ, ଇଚ୍ଛାନାଥଙ୍କ ସମାଧିସ୍ଥଳ ସହିତ ବୌଦ୍ଧ ଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିର ଚକ୍ର ମଞ୍ଜୁଶ୍ରୀ, ଅବଲୋକତିଶ୍ୱର ଓ ତାରା ଆଦି ମୂର୍ତ୍ତିର ସଂରକ୍ଷଣ ହେଉନାହିଁ । ରାଜ୍ୟର ସର୍ବପ୍ରଥମ ଡାଇମଣ୍ଡ ଜୁବ୍‌ଲି ପାଠାଗାର କନିକା ଲାଇବ୍ରେରିରେ ଜିଲାର ଐତିହ୍ୟ ସମ୍ପର୍କରେ ବହୁ ତଥ୍ୟ ଅଛି । ରାଜନଗରର ଏକ ସଂସ୍କୃତ କଲେଜରେ ବହୁ ପ୍ରାଚୀନ ତାଳପତ୍ର ଓ ଭୁଜପତ୍ର ପୋଥି ଅଛି, ହେଲେ ତା’ର ସଂରକ୍ଷଣ ହେଉନାହିଁ । ୧୮୮୭ର ସୂର୍ଯ୍ୟଘଡି, ଡେରାବିଶ ବ୍ଲକ ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅରର ସୁରକ୍ଷା ପାଇଁ ଉଦ୍ୟମ ଆବଶ୍ୟକ । ଇତିହାସ ଆଇନାରେ ଆମେ ସୁସଂସ୍କୃତ ହୋଇପାରିବା ବୋଲି ଗବେଷକମାନେ କହିଛନ୍ତି । ଏ ସମ୍ପର୍କରେ ପର୍ଯ୍ୟଟନ ଅଧିକାରୀ ନିରୋଜ କୁମାର ସାହୁ କହିଛନ୍ତି, ବିଭିନ୍ନ ପର୍ଯ୍ୟଟନସ୍ଥଳି ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri