ଭିମ୍‌ସାର ଗବେଷଣା ରିପୋର୍ଟକୁ ମିଳିଲା ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ସମ୍ବଲପୁର,୩ା୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରର ଏକ ଡାକ୍ତରୀ ଟିମ୍‌ ଟିକା ନେବା ପରେ ସଂକ୍ରମଣ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ ଗବେଷଣା କରିଥିଲେ। ଏହି ଗବେଷଣା ରିପୋର୍ଟକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମାନ୍ୟତା ଦେଇଛି।

ଡବ୍ଲ୍ୟୁଏଚ୍‌ଓର କୋଭିଡ୍‌ ଗବେଷଣାର ଡାଟା ବେସ୍‌ରେ ଏହା ସ୍ଥାନିତ ହୋଇଛି। ଏହାକୁ ନେଇ ଭିମ୍‌ସାରରେ ଗବେଷଣା କରିଥିବା ଡାକ୍ତରୀ ଟିମ୍‌ ଓ କର୍ତ୍ତୃପକ୍ଷ ଖୁସିବ୍ୟକ୍ତ କରିଛନ୍ତି। ଗବେଷକ ଟିମ୍‌ରେ ଥିବା ଡାକ୍ତର ସଞ୍ଜୀବ ମିଶ୍ର କହିଛନ୍ତି, ବିଶ୍ୱ ସ୍ଥାସ୍ଥ୍ୟ ସଙ୍ଗଠନରେ ଭିମ୍‌ସାର ଗବେଷଣା ରିପୋର୍ଟକୁ ସ୍ଥାନିତ କରାଯାଇଛି। ଏହା ଭିମ୍‌ସାର ପାଇଁ ଗୌରବର ବିଷୟ। ଆଗକୁ ଆହୁରି ଗବେଷଣା କରିବାକୁ ଉତ୍ସାହ ମିଳିବ।
ସୂଚନାଯୋଗ୍ୟ ଭିମ୍‌ସାରର ଡା. ସଞ୍ଜୀବ ମିଶ୍ର, ଡା. ସୁବ୍ରତ କୁମାର ନାଏକ, ଡା. ରାଜୀବ କୁମାର ନନ୍ଦ, ଡା. ସୁମନ୍ତ ସାହୁଙ୍କ ସହ ଭୁବନେଶ୍ୱର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା। ସେମାନେ ଅନ୍ୟ ବ୍ଲଡ ଗ୍ରୁପ ଅପେକ୍ଷା ଓ’ ପଜିଟିଭ, ବି’ ପଜିଟିଭ ବ୍ଲଡ ଗ୍ରୁପରେ ସଂକ୍ରମଣ ହାର ଅଧିକ ବୋଲି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହା ସହ ଦ୍ୱିତୀୟ ଡୋଜ୍‌ ଟିକା ପରେ ଆଣ୍ଟିବଡି କ୍ଷମତା କମିଯାଉଛି। ତେଣୁ ଉଚିତ ସମୟରେ ବୁଷ୍ଟର ଡୋଜ୍‌ ନେବାକୁ ପରାମର୍ଶ ଦେଇଥିଲେ।

କୋଭିଡ୍‌ ଟିକା ନେବା ପରେ ମଣିଷର ଆଣ୍ଟିବଡି ଉପରେ ଗବେଷଣା କରିବାକୁ ଏକ ଟିମ୍‌ ଗଠନ ହୋଇଥିଲା। ଦ୍ୱିତୀୟ ଡୋଜ୍‌ ନେଇଥିବା କେତେଜଣ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ମୋଟ ୧୨୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ସେମାନଙ୍କଠାରୁ ପ୍ରଥମ ଡୋଜ୍‌ର ୧ ମାସ ପରେ ଓ ଦ୍ୱିତୀୟ ଡୋଜ୍‌ ନେବାର ୬ ମାସ ପରେ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ଟିକା ନେବା ପରେ ଆଣ୍ଟିବଡି ଓ ସଂକ୍ରମଣ ଆଶଙ୍କା ନେଇ ଗବେଷଣ ହୋଇଥିଲା। ଦ୍ୱିତୀୟ ଡୋଜ୍‌ ନେବା ପରେ ଆଣ୍ଟିବଡି କ୍ଷମତା କମିବାରେ ଲାଗିଥାଏ। ଓ’ ପଜିଟିଭ ଓ ବି’ ପଜିଟିଭ ବ୍ଲଡ ଗ୍ରୁପ୍‌ରେ ଏହି ସଂଖ୍ୟାର ହାର ଅଧିକ ଦେଖିବାକୁ ମିଳିଥିଲା। ଏପରି କି ୭ ଜଣଙ୍କ ଆଦୌ ଆଣ୍ଟିବଡି କ୍ଷମତା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri