ସୌନ୍ଦର୍ଯ୍ୟର ସମ୍ଭାର ଭୀମକୁଣ୍ଡ

କେନ୍ଦୁଝର ଜିଲା ଖଣିଖାଦାନରେ ଭରପୂର ଥିବା ବେଳେ ଜିଲାରେ ପ୍ରାକୃତିକ ଶୋଭାରାଜି ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବଣ ପାହାଡ଼, ଘଞ୍ଚ ଜଙ୍ଗଲ ସାଙ୍ଗକୁ ଆକାଶ ଛୁଅଁା ଜଳ ପ୍ରପାତ ପର୍ଯ୍ୟଟକଙ୍କୁ ଟାଣିଆଣେ। ସେଥି ମଧ୍ୟରୁ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ଅନ୍ୟତମ। କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ଘାଟବାଲି ଯୋଡ଼ି ମୌଜା ଦେଇ ବୈତରଣୀ ନଦୀ ଏଠାରେ ପ୍ରସ୍ତର ମାଳା ଦେଇ ଘର୍ଘର ନାଦରେ କଚାଡ଼ି ହୋଇ ଦୁଇ କୁଣ୍ଡ ସୃଷ୍ଟି ହୋଇ ପ୍ରବାହିତ ହୋଇଛି। ଏଠାରେ ସାନ କୁଣ୍ଡ ଓ ବଡ଼ କୁଣ୍ଡ ଭାବେ ୨ କୁଣ୍ଡ ରହିଛି। କୁଣ୍ଡ ୨ଟି ବୈତରଣୀ ନଦୀର ଗର୍ଭରେ ଉଭୟ ମୟୂରଭଞ୍ଜ ଓ କେନ୍ଦୁଝର ସୀମାନ୍ତରେ ଅବସ୍ଥିତ। ବୈତରଣୀ ଅବବାହିକାରେ ପ୍ରାଚୀନ ଯୁଗର ବିଶେଷ ଧଳା ପ୍ରସ୍ତର ଏଠାରେ ଦେଖିବାକୁ ମିଳିଥାଏ।
ଅନୁଯାୟୀ, ଦ୍ୱାପରଯୁଗରେ ପଞ୍ଚ ପାଣ୍ଡବ ଅଜ୍ଞାତ ବାସ ସମୟରେ ଏଠାରେ ଅବସ୍ଥାନ କରିଥିଲେ। ଭୀମ ବୈତରଣୀ ନଦୀରେ ଗାଧୋଇବାକୁ ଯାଇ ନଦୀ ଗର୍ଭରେ ଗଦା ପ୍ରହାର କରିବାରୁ କୁଣ୍ଡ ସୃଷ୍ଟି ହୋଇଛି ବୋଲି କିମ୍ବଦନ୍ତୀ ରହିଛି। ଏଠାରେ ଥିବା ବଡ଼ କୁଣ୍ଡରେ ପଡୁଥିବା ଜଳ ସ୍ରୋତ ପାତାଳଗାମୀ ହୋଇ ୧୨ କି.ମି. ଦୂର ବାଇଗୁଣ୍ଡିରେ ପ୍ରତିଭାତ ହୋଇଛି। ମକର ଅବସରରେ ଏଠାରେ ଟୁସୁ ମେଳା ହୋଇଥାଏ। ମକର ସଂକ୍ରାନ୍ତିରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥାନ୍ତି। ପାପନାଶିନୀ ବୈତରଣୀ ଦକ୍ଷିଣା ବର୍ତ୍ତ ହୋଇଥିବାରୁ ଏଠି ବୁଡ଼ ପକାଇଲେ ପାପ ନାଶ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାଘେ ପର୍ବ ଅବସରରେ ମୟୂରଭଞ୍ଜ, କେନ୍ଦୁଝର, ବିହାର ଓ ପଶ୍ଚିମବଙ୍ଗର ସାନ୍ତାଳ ସମ୍ପ୍ରଦାୟର ବ୍ୟକ୍ତିମାନେ ଏଠାରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିଥାନ୍ତି। ଶ୍ରଦ୍ଧାଳୁ ଭୀମକୁଣ୍ଡରେ ବୁଡ଼ ପକାଇ ବାଲୁଙ୍କେଶ୍ୱର ଶିବ ଦର୍ଶନ କରିଥାଆନ୍ତି। ଆଦିମ କାଳରୁ ଭୀମକୁଣ୍ଡ କେନ୍ଦୁଝର ଜିଲାରେ ଥିବା ବେଳେ ହଠାତ୍‌ ୧୯୯୯ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଭୀମକୁଣ୍ଡକୁ ମୟୂରଭଞ୍ଜ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିଥିଲା। ଫଳରେ ଉଭୟ ଜିଲା ମଧ୍ୟରେ ବିବାଦ ଦେଖାଦେଇଥିଲା। ତେବେ କେନ୍ଦୁଝର ପାର୍ଶ୍ୱ ଭୀମକୁଣ୍ଡକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ସହ ଏହାକୁ ଇକୋ ଟୁରିଜମ କେନ୍ଦ୍ରଭାବେ ଘୋଷଣା କରିବାକୁ ଦାବି ହେଉଛି।

ବୀର କିଶୋର ଦାଶ, ପାଟଣା


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri