ଲକଡାଉନରେ ମାଇଗ୍ରେଟ ୱାର୍କର୍ସଙ୍କ ସମସ୍ୟା କଥା କହୁଛି ‘ଭିଡ’ ପଳାୟନର ଦୃଶ୍ୟ ଦେଖିଲେ ଥରି ଉଠିବ ଛାତି

ମୁମ୍ବାଇ: କୋଭିଡ ୧୯ ମହାମାରୀର ଖରାପ ସମୟ ଉପରେ ପର୍ଯ୍ୟବେଶିତ ହୋଇଛି ଅପକମିଂ ଫିଲ୍ମ ‘ଭିଡ’ । ଏବେ ଏହାର ଟ୍ରେଲର ରିଲିଜ ହୋଇଛି । ଶୁକ୍ରବାର ଟି-ସିରିଜ ତା’ର ୟୁଟ୍ୟୁବ ଚ୍ୟାଲେରେ ୨ମିନିଟରୁ ଅଧିକ ସମୟର ଲମ୍ବା ଭିଡିଓ ପୋଷ୍ଟ କରିଛି । ଟ୍ରେଲରରେ ୨୦୨୦ରେ ଲଗାଯାଇଥିବା ପ୍ରଥମ ଲକଡାଉନରେ ମାଇଗ୍ରେଟ ୱାର୍କର୍ସଙ୍କ ଉପରେ ପଡିଥିବା ପ୍ରଭାବକୁ ହାଇଲାଇଟ କରାଯାଇଛି ।
ଟ୍ରେଲରର ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ଆନାଉନସମେଣ୍ଟରୁ ହେଉଛି, ଆଜି ରାତି ୧୨ଟାରୁ ପୂରା ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ହେବାକୁ ଯାଉଛି । ଏହାପରେ ଶହ ଶହ ପ୍ରବାସି ଶ୍ରମିକ ହଡବଡେଇ ଯାଇ ନିଜ ନିଜ ଘରକୁ ଫେରିଯିବାକୁ ବାହାରି ପଡିଛନ୍ତି । ଟ୍ରେଲରରେ ଦେଖାଯାଇଛି ଏହି ସମୟରେ ମାଇଗ୍ରେଟ ୱାର୍କର୍ସ ମାନେ କିକି ଅସୁବିଧାର ସମ୍ମଖିନ ହୋଇଛନ୍ତି । ରାସ୍ତା କଡରେ ବସିଥିବା ଶ୍ରମିକ ମାଡ ଖାଉଛନ୍ତି, ସେମାନଙ୍କ ଉପରେ କିଟାଣୁନାଶକ ସ୍ପ୍ରେ କରାଯାଉଛି । ଫିଲ୍ମରେ ରାଜକୁମାର ରାଓ ଜଣେ ସଚ୍ଚୋଟ ପୋଲିସ ଅଫିସରର କ୍ୟାରେକ୍ଟରରେ ନଜର ଆସୁଛନ୍ତି । ସେ କହୁଛନ୍ତି, ନ୍ୟାୟ ସବୁବେଳେ ଶକ୍ତିଶାଳୀ ଲୋକଙ୍କ ହାତରେ ରହିଥାଏ । ଯଦି ଶକ୍ତିହୀନମାନେ ନ୍ୟାୟ କରିଥାଆନ୍ତେ, ତେବେ ନ୍ୟାୟ ଅଲଗା ହୋଇଥାଆନ୍ତା । ଟ୍ରେଲର ଯେମିତି ଆଗକୁ ବଢିଲା ଠିକ୍ ସେମିତି ସେ ଗରିବଙ୍କ ପାଇଁ ଲଢୁଥିବା ନଜର ଆସିଛି । କ୍ଲିପରେ ଦିଆ ମିର୍ଜାଙ୍କୁ ପିଲାଙ୍କ ସହ ଫୋନରେ କଥା ହୋଇ କାନ୍ଦୁଥିବା ଦେଖାଯାଇଛି ।
ଫିଲ୍ମ ‘ଭିଡ’ ସେହି ଅନ୍ଧାର ଲକଡାଉନ ଫେଜର ଡକ୍ୟୁମେଣ୍ଟ କରୁଛି ଯେତେବେଳେ କରୋନା ଭାଇରସ ବ୍ୟାପିବା ଭୟରେ ରାଜ୍ୟର ସୀମାକୁ ସିଲ କରି ଦିଆଯାଇଥିଲା । ଏଥିରେ ଦୃଶ୍ୟାୟନ କରାଯାଇଛି କେମିତି ହଜାର ହଜାର ଲୋକ ଘରଠାରୁ ଦୂରରେ ଫସି ରହିଛନ୍ତି । ଅନୁଭବ ସିହ୍ନାଙ୍କ ଦ୍ୱାରା ନିଦ୍ଦେଶିତ ’ଭିଡ’ ମାର୍ଚ୍ଚ ୨୪ରେ ରିଲିଜ ହେବ । ଲକ୍ଷ୍ନୌରେ ଏହାର ଅଧିକାଂଶ ଭାଗ ଶୁଟିଂ କରାଯାଇଛି । ଏହାକୁ ଅନୁଭବ ସିହ୍ନା ଓ ଭୁଷଣ କୁମାରଙ୍କ ଦ୍ୱାରା କମ୍ବାଇଣ୍ଡ ଭାବେ ନିର୍ମାଣ କରାଯାଇଛି । ‘ଭିଡ’ରେ ବିରେନ୍ଦ୍ର ସାକ୍ସେନା, ଆଦିତ୍ୟ ଶ୍ରୀବାସ୍ତବ ଓ କରଣ ପଣ୍ଡିତ ବି ଗୁରୁତ୍ୱପୂର୍ଣ୍ଣ ରୋଲରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri