Categories: ଜାତୀୟ

ଭବାନୀପୁର ଉପ ନିର୍ବାଚନକୁ ବନ୍ଦ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ କରାଯିବ। ଏହାକୁ କୌଣସି ବନ୍ଦ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର କୋଲକାତା ହାଇକୋର୍ଟ ରାୟ ଦେଇଛନ୍ତି। ଉପ ନିର୍ବାଚନର ସାମ୍ବିଧାନିକ ଆବଶ୍ୟକତା କ’ଣ ରହିଛି ବୋଲି ପ୍ରଶ୍ନ କରି କରାଯାଇଥିବା ଏକ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ଯୋଜନା ମୁତାବକ ଧାର୍ଯ୍ୟ ଦିନରେ ଉପ ନିର୍ବାଚନ କରାଯିବ ବୋଲି କୋର୍ଟ କହିଛନ୍ତି।

ଏନେଇ ନିର୍ବାଚନ କମିଶନ କୋର୍ଟରେ ନିଜର ପକ୍ଷ ରଖି କହିଛନ୍ତି ଯେ, ଆବେଦନକାରୀ ସାମ୍ବିଧାନିକ ଆବଶ୍ୟକତାର ଭୁଲ ବର୍ଣ୍ଣନା କରିଛନ୍ତି। ସେହିପରି ଏହାକୁ ଭୋଟରଙ୍କୁ ପ୍ରଭାବିିତ କରିବା ଦୃଷ୍ଟିଭଙ୍ଗୀରୁ ମଧ୍ୟ ଦେଖାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି।

ଏହାର ଶୁଣାଣି ହାଇକୋର୍ଟ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଏବଂ ବିଚାରପତି ରାଜର୍ଷି ଭରଦ୍ୱାଜଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କରି ଆବେଦନକାରୀଙ୍କ ପ୍ରତି କଡ଼ା ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

Share