Categories: ଖେଳ

ପଦକ ପକ୍କା କଲେ ଭବିନା

ବର୍ମିଂହାମ,୫ା୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଶୁକ୍ରବାର କ୍ଲାସ୍‌ ୩-୫ ପାରା ଟେବଲ ଟେନିସର ଫାଇନାଲରେ ପହଞ୍ଚିବା ସହିତ ଭାରତ ପାଇଁ ପଦକ ପକ୍କା କରିଛନ୍ତି ଭବିନା ବେନ୍‌ ପଟେଲ। ପାରାଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ୩୫ ବର୍ଷୀୟ ଭବିନା ଇଂଲଣ୍ଡର ସୁ ବେଲିଙ୍କୁ ୧୧-୬, ୧୧-୬ ଓ ୧୧-୬ ସେଟରେ ପରାସ୍ତ କରିଛନ୍ତି। ଶନିବାର ନାଇଜେରିଆର କ୍ରିଷ୍ଟିଆନା ଇକପୋଇଙ୍କୁ ସେ ଭେଟିବେ।

Share