କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗାଁର ଭବେଶ କୁମାର ଭୋଇ ରାଜ୍ୟରେ ୯୩ ନମ୍ବର ର଼୍ୟାଙ୍କ ହାସଲ କରିଛନ୍ତି।
ସେ ପୂର୍ବରୁ ମଧ୍ୟ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବର୍ତ୍ତମାନ ଭୁବନେଶ୍ୱରଠାରେ ଜିଲା ଶ୍ରମ ଅଧିକାରୀ ଭାବରେ ତାଲିମ ନେଉଛନ୍ତି। ପୋଲିସ କନଷ୍ଟେବଲ ସ୍ବର୍ଗତ ମକୁନ୍ଦ ଭୋଇ ଓ କସ୍ତୁରି ଭୋଇଙ୍କ ପୁତ୍ର ଭବେଶ କର୍ଲାମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପବିତ୍ର ଭୋଇଙ୍କ ସମ୍ପର୍କୀୟ ନାତି ଅଟନ୍ତି l ତାଙ୍କର ଏହି ସଫଳତା ପାଇଁ ବ୍ଲକ ଆଦିବାସୀ ସଂଘ ଓ କନ୍ଧ ସମାଜ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।