ଭସ୍ମାସୁର

ଖବର ମିଳିଛି ଯେ ଆଫଗାନିସ୍ତାନର ତାଲିବାନ୍‌ ସରକାର ସୁଇସାଇଡ୍‌ ବମ୍ବର ବା ଆତ୍ମଘାତୀ ବୋମାଧାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନକୁ ଆଣିବ। ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବେଳେ ସେମାନଙ୍କୁ ବ୍ୟବହାର କରାଯିବ। ଏଥିସହିତ ସେମାନଙ୍କୁ ବିଧିବଦ୍ଧ ସୈନିକ ମାନ୍ୟତା ଦେଇ ଜେହାଦ କରିବା ପାଇଁ ପଠାଇବ। ଇସ୍‌ଲାମୀୟ ଧାର୍ମିକ ଚିନ୍ତାରେ ଅନୁପ୍ରାଣିତ ଏଭଳି ଅନେକ ଯୁବକ ତାଲିବାନ ସରକାର ପାଇଁ ଭୀଷଣ ମୁଣ୍ଡବ୍ୟଥାରେ ପରିଣତ ହେଉଥିବା ବୁଝାପଡୁଛି।
ଆମେରିକା ସହିତ ଅନ୍ୟ ସହଯୋଗୀ ଦେଶର ସେନାକୁ ଆକ୍ରମଣ ପାଇଁ ଏହି ଯୁବକମାନେ ଏକ ଗୋଷ୍ଠୀ ଭାବେ ସୃଷ୍ଟି ହୋଇଥିଲେ। ନିଜର ଧର୍ମ ପାଇଁ ଆତ୍ମବଳି ଦେବା ହୋଇଥିଲା ସେମାନଙ୍କ ସକାଶେ ଏକ ସାଂଘାତିକ ପ୍ରେରଣା। ଦୀର୍ଘ ୨୦ ବର୍ଷ ଧରି ବାହ୍ୟ ସେନାଙ୍କ ସହିତ ଲଢ଼ି ଏମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କରିଥିବାର ଖବର ଜଣାପଡ଼େ। ସେତେବେଳେ ସେମାନଙ୍କ ପାଇଁ ଶତ୍ରୁ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଥିଲା। ଯେଉଁଠି ବିଦେଶୀ ସେନା ପୋଷାକ ଦେଖିବେ ସେଠାରେ ନିଜ ଦେହରେ ବନ୍ଧା ହୋଇଥିବା ବୋମାକୁ ଫୁଟାଇଦେବା ସେମାନଙ୍କ ମୁଖ୍ୟ କାର୍ଯ୍ୟ ଥିଲା। କିନ୍ତୁ ସେମାନେ ସର୍ବଦା ଖୋଜିଥାଆନ୍ତି କେଉଁ ଜାଗାରେ ବିସ୍ଫୋରଣ ଘଟାଇଲେ ସର୍ବାଧିକ ଜୀବନହାନି ଘଟିବ। ପ୍ରତ୍ୟେକଟି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ମିଡିଆରେ ପ୍ରଚାରିତ ହେବା ସେମାନଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଥିଲା। ସେହି ବାହ୍ୟ ସଶସ୍ତ୍ର ବାହିନୀକୁ ଦେଖି ଏମାନଙ୍କ ପାଇଁ ଏକଜୁଟ୍‌ ରହିବା ସହଜ ହେଉଥିଲା। ଜୀବନକୁ ପାଣି ଛଡ଼ାଇ ଭୟକୁ ତ୍ୟାଗ କରିବା ସହଜ କଥା ନୁହେଁ। ଆଲ୍ଲାଙ୍କ ନାମରେ ଉତ୍ସର୍ଗୀକୃତ ଏହି ଆତ୍ମଘାତୀ ବୋମାଧାରୀଙ୍କୁ ମୁସଲ୍‌ମାନ ସମ୍ପ୍ରଦାୟର ପ୍ରତୀକ ଭାବିବା ଉଚିତ୍‌ ନୁହେଁ। ହଠାତ୍‌ ୧୫ ଅଗଷ୍ଟ ୨୦୨୧ରେ ଏକ ବିରାଟ ପରିବର୍ତ୍ତନ ଘଟିଲା। ଆମେରିକା ଓ ତା’ର ସହଯୋଗୀ ଦେଶଗୁଡ଼ିକ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିନେଲେ। ଦୀର୍ଘକାଳ ଯୁଦ୍ଧ ଲଢ଼ୁଥିବା ତାଲିବାନ ଅତି ସହଜରେ ସମଗ୍ର ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଗଲା। ରାଜଧାନୀ କାବୁଲର ପତନ ସେହି ବିଜୟ ଯାତ୍ରାର ସମାପ୍ତି ଦେଖିଲା। କାବୁଲ ଉଡ଼ାଜାହାଜ ପଡ଼ିଆରେ ଶେଷ ନାଟକର ପରଦା ପଡ଼ିଲା। ସେହିଦିନ ଏକ ବିରାଟ ସମସ୍ୟାର ଜନ୍ମ ମଧ୍ୟ ହେଲା। ତାଲିବାନ କେବଳ ଯୁଦ୍ଧ କରି ଜାଣିଥିଲା। ତା’ର ସମର୍ଥକମାନେ ସୈନିକ ଭାବେ ଆଲ୍ଲା ଏବଂ ଧର୍ମ ପାଇଁ ଜୀବନ ଦେବାକୁ ତାଲିବାନ ସଙ୍ଗଠନରେ ଯୋଗ ଦେଇଥିଲେ। ପରିବର୍ତ୍ତିତ ପରିସ୍ଥିତିରେ, ଯେତେବେଳେ ଯୁଦ୍ଧ ଶେଷ ହୋଇଗଲା, ତାଲିବାନର ଯୋଦ୍ଧାଙ୍କୁ ସମ୍ଭାଳିବା ଏକ ବିପଜ୍ଜନକ ସମସ୍ୟା ହେବ ବୋଲି ବୁଝାପଡୁଛି। କାରଣ ତାଲିବାନ ତାହାର ଚରିତ୍ରରେ ଶାନ୍ତିକୁ ସ୍ଥାନ ଦେଇ ନାହିଁ। ସେଥିପାଇଁ ଗତାନୁଗତିକ ପ୍ରଶାସନିକ କାର୍ଯ୍ୟରେ ତାଲିବାନର କୌଣସି ଜ୍ଞାନ ନାହିଁ। ଆମେରିକା ଆକ୍ରମଣ ପୂର୍ବରୁ କିଛିବର୍ଷ ଶାସନ କରିଥିବା ତାଲିବାନ ନେତା ଆଜି ବୁଢ଼ା ହୋଇଗଲେଣି ବା ଚାଲିଗଲେଣି। ଏବକାର ତାଲିବାନ ନେତାମାନଙ୍କର ପ୍ରଶାସନିକ ଦକ୍ଷତା ସ୍ବାଭାବିକ ଭାବେ ଅଭାବ ରହିଥିବାରୁ ଏହି ସୁଇସାଇଡ୍‌ ବମ୍ବରମାନଙ୍କୁ ସାଧାରଣ ଜୀବନଯାପନ କରାଇବା ନିଶ୍ଚିତ ଭାବେ ଅସମ୍ଭବ ହେଉଥିବ। ଉକ୍ତ ଗୋଷ୍ଠୀକୁ ବେକାର ବସାଇବାକୁ ଏହି ନେତାମାନେ ଭୟ କରୁଥିବେ। ସେମାନଙ୍କ ହାତରେ ଥିବା ବନ୍ଧୁକ ବା ଦେହରେ ବନ୍ଧାଯାଇଥିବା ବୋମା କେଉଁଆଡ଼େ ମୁହଁାଇବ ବା ଫୁଟିବ କେହି ଜାଣିପାରିବେ ନାହିଁ। ସେମାନେ ଭାରତର ଗ୍ରାମବାସୀଙ୍କ ଭଳି ବିଡିଓଙ୍କଠାରୁ କଣ୍ଟ୍ରାକ୍ଟ୍ରି ନେଇ ସନ୍ତୁଷ୍ଟ ହେବା ଲୋକ ନୁହେଁ।
ଏଭଳି ପ୍ରଚ୍ଛଦପଟରେ ତାଲିବାନ ନେତାମାନେ ନିଜକୁ ସୁରକ୍ଷିତ ମନେକରୁ ନ ଥିବେ। କୁହାଯାଏ ନିଆଁ ସାଙ୍ଗରେ ଖେଳିଲେ ଜଳିଯିବାର ଆଶଙ୍କା ରହିଛି। ଧର୍ମ ନାମରେ ଯୁବପିଢ଼ିଙ୍କୁ ଉତ୍ସାହିତ, ଉଦ୍‌ଭ୍ରାନ୍ତ ଓ ଆକ୍ରମଣାତ୍ମକ କରାଇଦେଲେ ତା’ର କୁଫଳ ଭସ୍ମାସୁର ପରି କାର୍ଯ୍ୟ କରେ। ଆତ୍ମଘାତୀ ବୋମାଧାରୀଙ୍କୁ ବିଧିବଦ୍ଧ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ରଖି ଉଗ୍ରବାଦକୁ ଏକ ନୂଆ ରୂପ ଦେବାକୁ ଯାଉଛି ତାଲିବାନ। ଗୋଟିଏ ପଟେ ଅନ୍ତର୍ଜାତୀୟ ସ୍ବୀକୃତି ଲାଭ କରିବାକୁ ଇଚ୍ଛୁକ ତାଲିବାନ, ଅନ୍ୟପଟେ ସୁଇସାଇଡ୍‌ ବମ୍ବରଙ୍କୁ କରଦାତାଙ୍କ ଅର୍ଥରେ ପୋଷିବା କେତେଦୂର ବିଶ୍ୱସ୍ତରରେ ଗ୍ରହଣୀୟ, ତାହା ଦେଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri