ଭସ୍ମାସୁର

ଖବର ମିଳିଛି ଯେ ଆଫଗାନିସ୍ତାନର ତାଲିବାନ୍‌ ସରକାର ସୁଇସାଇଡ୍‌ ବମ୍ବର ବା ଆତ୍ମଘାତୀ ବୋମାଧାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନକୁ ଆଣିବ। ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବେଳେ ସେମାନଙ୍କୁ ବ୍ୟବହାର କରାଯିବ। ଏଥିସହିତ ସେମାନଙ୍କୁ ବିଧିବଦ୍ଧ ସୈନିକ ମାନ୍ୟତା ଦେଇ ଜେହାଦ କରିବା ପାଇଁ ପଠାଇବ। ଇସ୍‌ଲାମୀୟ ଧାର୍ମିକ ଚିନ୍ତାରେ ଅନୁପ୍ରାଣିତ ଏଭଳି ଅନେକ ଯୁବକ ତାଲିବାନ ସରକାର ପାଇଁ ଭୀଷଣ ମୁଣ୍ଡବ୍ୟଥାରେ ପରିଣତ ହେଉଥିବା ବୁଝାପଡୁଛି।
ଆମେରିକା ସହିତ ଅନ୍ୟ ସହଯୋଗୀ ଦେଶର ସେନାକୁ ଆକ୍ରମଣ ପାଇଁ ଏହି ଯୁବକମାନେ ଏକ ଗୋଷ୍ଠୀ ଭାବେ ସୃଷ୍ଟି ହୋଇଥିଲେ। ନିଜର ଧର୍ମ ପାଇଁ ଆତ୍ମବଳି ଦେବା ହୋଇଥିଲା ସେମାନଙ୍କ ସକାଶେ ଏକ ସାଂଘାତିକ ପ୍ରେରଣା। ଦୀର୍ଘ ୨୦ ବର୍ଷ ଧରି ବାହ୍ୟ ସେନାଙ୍କ ସହିତ ଲଢ଼ି ଏମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କରିଥିବାର ଖବର ଜଣାପଡ଼େ। ସେତେବେଳେ ସେମାନଙ୍କ ପାଇଁ ଶତ୍ରୁ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଥିଲା। ଯେଉଁଠି ବିଦେଶୀ ସେନା ପୋଷାକ ଦେଖିବେ ସେଠାରେ ନିଜ ଦେହରେ ବନ୍ଧା ହୋଇଥିବା ବୋମାକୁ ଫୁଟାଇଦେବା ସେମାନଙ୍କ ମୁଖ୍ୟ କାର୍ଯ୍ୟ ଥିଲା। କିନ୍ତୁ ସେମାନେ ସର୍ବଦା ଖୋଜିଥାଆନ୍ତି କେଉଁ ଜାଗାରେ ବିସ୍ଫୋରଣ ଘଟାଇଲେ ସର୍ବାଧିକ ଜୀବନହାନି ଘଟିବ। ପ୍ରତ୍ୟେକଟି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ମିଡିଆରେ ପ୍ରଚାରିତ ହେବା ସେମାନଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଥିଲା। ସେହି ବାହ୍ୟ ସଶସ୍ତ୍ର ବାହିନୀକୁ ଦେଖି ଏମାନଙ୍କ ପାଇଁ ଏକଜୁଟ୍‌ ରହିବା ସହଜ ହେଉଥିଲା। ଜୀବନକୁ ପାଣି ଛଡ଼ାଇ ଭୟକୁ ତ୍ୟାଗ କରିବା ସହଜ କଥା ନୁହେଁ। ଆଲ୍ଲାଙ୍କ ନାମରେ ଉତ୍ସର୍ଗୀକୃତ ଏହି ଆତ୍ମଘାତୀ ବୋମାଧାରୀଙ୍କୁ ମୁସଲ୍‌ମାନ ସମ୍ପ୍ରଦାୟର ପ୍ରତୀକ ଭାବିବା ଉଚିତ୍‌ ନୁହେଁ। ହଠାତ୍‌ ୧୫ ଅଗଷ୍ଟ ୨୦୨୧ରେ ଏକ ବିରାଟ ପରିବର୍ତ୍ତନ ଘଟିଲା। ଆମେରିକା ଓ ତା’ର ସହଯୋଗୀ ଦେଶଗୁଡ଼ିକ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିନେଲେ। ଦୀର୍ଘକାଳ ଯୁଦ୍ଧ ଲଢ଼ୁଥିବା ତାଲିବାନ ଅତି ସହଜରେ ସମଗ୍ର ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଗଲା। ରାଜଧାନୀ କାବୁଲର ପତନ ସେହି ବିଜୟ ଯାତ୍ରାର ସମାପ୍ତି ଦେଖିଲା। କାବୁଲ ଉଡ଼ାଜାହାଜ ପଡ଼ିଆରେ ଶେଷ ନାଟକର ପରଦା ପଡ଼ିଲା। ସେହିଦିନ ଏକ ବିରାଟ ସମସ୍ୟାର ଜନ୍ମ ମଧ୍ୟ ହେଲା। ତାଲିବାନ କେବଳ ଯୁଦ୍ଧ କରି ଜାଣିଥିଲା। ତା’ର ସମର୍ଥକମାନେ ସୈନିକ ଭାବେ ଆଲ୍ଲା ଏବଂ ଧର୍ମ ପାଇଁ ଜୀବନ ଦେବାକୁ ତାଲିବାନ ସଙ୍ଗଠନରେ ଯୋଗ ଦେଇଥିଲେ। ପରିବର୍ତ୍ତିତ ପରିସ୍ଥିତିରେ, ଯେତେବେଳେ ଯୁଦ୍ଧ ଶେଷ ହୋଇଗଲା, ତାଲିବାନର ଯୋଦ୍ଧାଙ୍କୁ ସମ୍ଭାଳିବା ଏକ ବିପଜ୍ଜନକ ସମସ୍ୟା ହେବ ବୋଲି ବୁଝାପଡୁଛି। କାରଣ ତାଲିବାନ ତାହାର ଚରିତ୍ରରେ ଶାନ୍ତିକୁ ସ୍ଥାନ ଦେଇ ନାହିଁ। ସେଥିପାଇଁ ଗତାନୁଗତିକ ପ୍ରଶାସନିକ କାର୍ଯ୍ୟରେ ତାଲିବାନର କୌଣସି ଜ୍ଞାନ ନାହିଁ। ଆମେରିକା ଆକ୍ରମଣ ପୂର୍ବରୁ କିଛିବର୍ଷ ଶାସନ କରିଥିବା ତାଲିବାନ ନେତା ଆଜି ବୁଢ଼ା ହୋଇଗଲେଣି ବା ଚାଲିଗଲେଣି। ଏବକାର ତାଲିବାନ ନେତାମାନଙ୍କର ପ୍ରଶାସନିକ ଦକ୍ଷତା ସ୍ବାଭାବିକ ଭାବେ ଅଭାବ ରହିଥିବାରୁ ଏହି ସୁଇସାଇଡ୍‌ ବମ୍ବରମାନଙ୍କୁ ସାଧାରଣ ଜୀବନଯାପନ କରାଇବା ନିଶ୍ଚିତ ଭାବେ ଅସମ୍ଭବ ହେଉଥିବ। ଉକ୍ତ ଗୋଷ୍ଠୀକୁ ବେକାର ବସାଇବାକୁ ଏହି ନେତାମାନେ ଭୟ କରୁଥିବେ। ସେମାନଙ୍କ ହାତରେ ଥିବା ବନ୍ଧୁକ ବା ଦେହରେ ବନ୍ଧାଯାଇଥିବା ବୋମା କେଉଁଆଡ଼େ ମୁହଁାଇବ ବା ଫୁଟିବ କେହି ଜାଣିପାରିବେ ନାହିଁ। ସେମାନେ ଭାରତର ଗ୍ରାମବାସୀଙ୍କ ଭଳି ବିଡିଓଙ୍କଠାରୁ କଣ୍ଟ୍ରାକ୍ଟ୍ରି ନେଇ ସନ୍ତୁଷ୍ଟ ହେବା ଲୋକ ନୁହେଁ।
ଏଭଳି ପ୍ରଚ୍ଛଦପଟରେ ତାଲିବାନ ନେତାମାନେ ନିଜକୁ ସୁରକ୍ଷିତ ମନେକରୁ ନ ଥିବେ। କୁହାଯାଏ ନିଆଁ ସାଙ୍ଗରେ ଖେଳିଲେ ଜଳିଯିବାର ଆଶଙ୍କା ରହିଛି। ଧର୍ମ ନାମରେ ଯୁବପିଢ଼ିଙ୍କୁ ଉତ୍ସାହିତ, ଉଦ୍‌ଭ୍ରାନ୍ତ ଓ ଆକ୍ରମଣାତ୍ମକ କରାଇଦେଲେ ତା’ର କୁଫଳ ଭସ୍ମାସୁର ପରି କାର୍ଯ୍ୟ କରେ। ଆତ୍ମଘାତୀ ବୋମାଧାରୀଙ୍କୁ ବିଧିବଦ୍ଧ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ରଖି ଉଗ୍ରବାଦକୁ ଏକ ନୂଆ ରୂପ ଦେବାକୁ ଯାଉଛି ତାଲିବାନ। ଗୋଟିଏ ପଟେ ଅନ୍ତର୍ଜାତୀୟ ସ୍ବୀକୃତି ଲାଭ କରିବାକୁ ଇଚ୍ଛୁକ ତାଲିବାନ, ଅନ୍ୟପଟେ ସୁଇସାଇଡ୍‌ ବମ୍ବରଙ୍କୁ କରଦାତାଙ୍କ ଅର୍ଥରେ ପୋଷିବା କେତେଦୂର ବିଶ୍ୱସ୍ତରରେ ଗ୍ରହଣୀୟ, ତାହା ଦେଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri