୨୦୨୪ ପୂର୍ବରୁ ବିଜେଡିରେ ଶାନ୍ତି ଫେରାଇବାକୁ ଭାସ୍କରଙ୍କ ଉଦ୍ୟମ

ରାୟଗଡ଼ା,୧୯ା୧୨(ସ୍ବ.ପ୍ର.):ରାୟଗଡ଼ା ଜିଲା ରାଜନୀତି ପୁଣି ସରଗରମ ହୋଇଛି। ଶନିବାର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଭାସ୍କର ରାଓଙ୍କ ତତ୍ତ୍ୱାବଧାନରେ ଦଳ ପକ୍ଷରୁ ବିରାଟ ସମାବେଶ ଓ ପଦଯାତ୍ରା ଆୟୋଜନକୁ ନେଇ ଏବେ ଚର୍ଚ୍ଚା ଜେର ଧରିଛି। ମଇଦାନରେ ପୁଣି ଭାସ୍କର ବୋଲି ଆଲୋଚନା ହେଉଛି। ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଟକ୍କର ଚାଲିଥିବା ବେଳେ ରାୟଗଡ଼ା ଜିଲା ସର୍ବଦା ଚର୍ଚ୍ଚାରେ। ଏଠାରେ ଗତ କିଛିବର୍ଷ ହେଲା ବିଜେଡିକୁ ଟକ୍କର ଦେବା କଂଗ୍ରେସ ଏବଂ ଭାଜପା ପାଇଁ ଚାଲେଞ୍ଜ ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଠାରେ ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳିଥାଏ। ହେଲେ ଏବେ ଭାସ୍କର ଦଳକୁ ସଜାଡ଼ିବା ଉଦ୍ୟମ ଆରମ୍ଭ କରିଥିବା ଦେଖିବକୁ ମିଳୁଛି।
ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ଆରମ୍ଭ କରିଛନ୍ତି। ୨୦୧୯ ରେ କାଶୀପୁର ବ୍ଲକ ଅଞ୍ଚଳର ଭୋଟ ପାଇଁ ହାରିଥିବା ବିଜେଡି ଦଳକୁ ସେ ପୁଣି ଶକ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଟିକିରିର ସମାବେଶରେ ଶନିବାର ୧୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଯୋଗଦେବା ଘଟଣା ଏହାକୁ ସ୍ପଷ୍ଟ କରୁଛି। ଦଳୀୟ କର୍ମୀ ମଧ୍ୟ ଏହାର ଶ୍ରେୟ ଭାସ୍କରଙ୍କୁ ଦେଉଛନ୍ତି। ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନରେ ରାୟଗଡ଼ା ବିଧାୟକ ପଦ ସ୍ବାଧୀନ ହାତକୁ ଚାଲିଯାଇଥିଲା। ସେହିପରି କୋରାପୁଟ ଲୋକସଭା ଆସନ କଂଗ୍ରେସ ହାତକୁ ଚାଲିଯାଇଥିଲା। ଏହାର ନିର୍ଣ୍ଣାୟକ ସାଜିଥିଲେ କାଶୀପୁର ବ୍ଲକର ଭୋଟର। କାଶୀପୁର ବ୍ଲକରୁ ବିପୁଳ ଭୋଟ ପଇଁ କଂଗ୍ରେସରୁ ସପ୍ତଗିରି ଉଲାକା ଏମ୍‌ପି ଏବଂ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଧାୟକ ଭାବେ ଜିତିଥିଲେ। ଫଳରେ ନିର୍ବାଚନରେ ଚର୍ଚ୍ଚାରେ ରହିଥିବା କାଶୀପୁର ବ୍ଲକରେ ବିଜେଡି ଦୁର୍ବଳ ପରିଲକ୍ଷିତ ହୋଇଥିଲା। ହେଲେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ପୁଣି ବିଜୟ ଧ୍ୱଜା ଉଡ଼ାଇଥିଲା।
୨୦୧୯ ନିର୍ବାଚନରେ ଲୋକସଭା ଏବଂ ବିଧାନସଭା ଆସନରେ ବିଜେଡି ହାରିଯିବା ପରେ ଜିଲାରେ ଭାସ୍କରଙ୍କ ସଙ୍ଗଠନ ଦୁର୍ବଳ ହୋଇଯାଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ଏମିତିକି ବିଜେଡିରେ ରହିଥିବା ଭାସ୍କର ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇଥିଲେ। ଏବେ ବିରାଟ ସମାବେଶ ଦେଖି ଦଳରେ ରହିଥିବା ବିରୋଧୀ ଗୋଷ୍ଠୀ ନେତାଙ୍କ ମୁଣ୍ଡବ୍ୟଥା ବଢ଼ିଥିବା ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ସେହିଭଳି ଏହି ସମାବେଶ ଯୋଗୁ ବିରୋଧୀ କଂଗ୍ରେସ ଏବଂ ଭାଜପା ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିବ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଭାସ୍କରଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ସମାବେଶରେ ତାଙ୍କ ସହ ଛିଡ଼ା ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଲାଲବିହାରୀ ହିମିରିକା ଏବଂ ଜଗଦୀଶ ପାତ୍ର। ଏହି ତିନି ନେତାଙ୍କ ଯୋଡ଼ି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏମାନଙ୍କ ରାଜନୀତି କ୍ଷେତ୍ରରେ ଅଭିଜ୍ଞତାକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ ବୋଲି ମତପ୍ରକାଶ ପାଉଛି। ରୋଚକ ବିଷୟ ହେଲା ଭାସ୍କରଙ୍କ ବିରୋଧରେ ମୁଣ୍ଡ ଟେକିଥିବା କେତେଜଣ ଦଳୀୟ ନେତା ଶନିବାରର ସମାବେଶ ପରେ ପୁଣି ଭାସ୍କରଙ୍କ ଆଡ଼କୁ ମୁହାଁଇଥିବା ସୂଚନା ମିଳିଛି। ତେଣୁ ଜିଲାରେ ବିଜେଡିରେ ରହିଥିବା ଗୋଷ୍ଠୀ କନ୍ଦଳ ଶାନ୍ତ ହେଉଛି ନା ବିରେଧୀ ଦଳ ପୁଣି ଗୋଟିଚାଳନା କରି ଏହାର ଫାଇଦା ଉଠାଇବେ ତାହାକୁ ସମସ୍ତଙ୍କ ଅପେକ୍ଷା। ହେଲେ ଆଗାମୀ ନିର୍ବାଚନରେ ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକସଭା ଆସନ ପୁଣି ବିଜେଡି ଦଖଲ କରିବ ବୋଲି ଭାସ୍କର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri