ଭସାଣ ଉତ୍ସବ ମନା, କେବଳ ବିସର୍ଜନ

କଟକ ଅଫିସ,୨୯ା୮: କରୋନା କଟକଣା ଭିତରେ ଛନ୍ଦି ହୋଇପଡ଼ିଛି ପାର୍ବଣର ସହର କଟକ ଦଶହରା। ପ୍ରଥମଥର ପାଇଁ ରୌପ୍ୟନଗରୀର ପୂଜା ମଣ୍ଡପରେ ଚାନ୍ଦିମେଢ଼ ଦେଖିବାକୁ ମିଳିବ ନାହିଁ କି ମା’ଙ୍କ ମଥାରେ ସୁନା ମୁକୁଟ ଝଲସିବ ନାହିଁ। ବିନା ଆଡ଼ମ୍ବରରେ ମା’ଙ୍କ ପୂଜା ହେବ। ଭସାଣ ଯାତ୍ରା ହେବନାହିଁ। କେବଳ ବିସର୍ଜନରେ ସରିବ ଦଶହରା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଡିସିପିଙ୍କ କାର୍ଯ୍ୟାଳୟରେ ଏ ନେଇ ଏକ ବୈଠକ ବସିଥିଲା। ଦଶହରା, କାଳିପୂଜା ଓ କାର୍ତ୍ତିକେଶ୍ୱର ପୂଜା ପାଇଁ ଏଥିରେ ଆଲୋଚନା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କା ଭିତରେ ଯଦିଓ କଟକ ଦଶହରା ଆୟୋଜନ ହେବ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ପୂର୍ବର ସେ ପାର୍ବଣ ଚମକ ଏଥର ରହିବ ନାହିଁ। କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି ଚଳିତବର୍ଷ ଦଶହରା ସମ୍ପନ୍ନ ହେବ। ଶୁକ୍ରବାର ବୈଠକରେ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟିର କର୍ମକର୍ତ୍ତା ଉପସ୍ଥିତ ରହି କେତେକ ପ୍ରସ୍ତାବ ଆଗତ କରିଥିଲେ। ପୂଜା ମଣ୍ଡପଗୁଡ଼ିକୁ କପଡ଼ା ବାନ୍ଧି ଆବଦ୍ଧ କରାଯିବ। ମୂର୍ତ୍ତି ନିର୍ମାଣ ହେବ। ମୂର୍ତ୍ତିର ଉଚ୍ଚତା କେତେ ରହିବ, ସେ ନେଇ ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବ। ମାଟିଉଠା ସରିଥିବାରୁ କେବଳ ମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ଏବେ ଅପେକ୍ଷା ରହିଛି। ସ୍ଥିତି ଏପରି ହୋଇଛି ଯେ ଏପରିକି ଘଟ କିମ୍ବା ଫଟୋ ରଖି ଦଶହରା ପୂଜା ଶେଷ କରିବାକୁ କଟକର ବିଭିନ୍ନ ପୂଜା କମିଟି ପ୍ରସ୍ତୁତ ହୋଇଛନ୍ତି। ପୂଜା ମଣ୍ଡପଗୁଡ଼ିକରେ ୫/୭ ଜଣ ଲୋକ ରହିବେ। ଅଷ୍ଟମୀ ପୂଜା ଦିନ ମଣ୍ଡପରେ ମହିଳାଙ୍କ ବିଶେଷ ଭିଡ଼ ଜମେ। କିନ୍ତୁ ଚଳିତବର୍ଷ ଅଷ୍ଟମୀ ଦିନ କୌଣସି ମହିଳା କିମ୍ବା ବ୍ୟକ୍ତିବିଶେଷଙ୍କୁ ମଣ୍ଡପକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ପୂଜା ସାମଗ୍ରୀ ମଧ୍ୟ ଗ୍ରହଣ କରାଯିବ ନାହିଁ। ପୂଜା କମିଟି ଅଧୀନରେ ରହୁଥିବା ବାସିନ୍ଦାଙ୍କ ପାଖରେ କିପରି ଅଷ୍ଟମୀ ଭୋଗ ପହଞ୍ଚତ୍ବ, ତାହା କମିଟି କର୍ମକର୍ତ୍ତା ବୁଝିବାକୁ ବୈଠକରେ କୁହାଯାଇଛି। ଏହି ବୈଠକରେ ଡିସିପି ପ୍ରତୀକ ସିଂ, କଟକ ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରୀ ଦାସ, କଟକ ମହାନଗର ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ ଓ ଅନ୍ୟ କିଛି ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ସୋମବାର କଟକର ରାଜନୈତିକ ନେତୃବୃନ୍ଦ ଓ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପୁର୍ନବାର ଏକ ବୈଠକ ବସିବ। ସେଥିରେ କଟକ ଦଶହରା ସମ୍ପର୍କିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri