ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ଭର୍ତ୍ତୃହରି ଆଜି କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ୧୯୫୭ ସେପ୍ଟେମ୍ବର ୮ରେ ଜନ୍ମିତ ଭର୍ତ୍ତୃହରି ଜଣେ ଭାରତୀୟ ରାଜନେତା ଭାବେ ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟ ଥିଲେ ଏବଂ ୨୮ ମାର୍ଚ୍ଚ ୨୦୨୪ରେ ବିଜେଡିରୁ ଇସ୍ତଫା ଦେଇ ସେ ଭାଜପାରେ ଯୋଗ ଦେଇଥିଲେ। ସେ ୧୯୯୮ରେ ଓଡ଼ିଶାର କଟକ ନିର୍ବାଚନମଣ୍ଡଳୀରୁ ଦ୍ୱାଦଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ଏହି ନିର୍ବାଚନମଣ୍ଡଳୀରୁ କ୍ରମାଗତ ଭାବେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ରେ ସଂସଦୀୟ ପୁରସ୍କାର ବି ପାଇଥିଲେ।