ପୁଣି ଖୁସି ଖବର ଦେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର ଏକ ମାସ ପରେ ଉଭୟଙ୍କୁ ଆଉ ଏକ ଖୁସି ଖବର ମିଳିଛି। ଦୁହିଁଙ୍କୁ ୟୁଟ୍ୟୁବରୁ ସିଲଭର୍‌ ଏବଂ ଗୋଲ୍ଡ ବଟନ୍‌ ମିଳିଛି। ଭାରତୀ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଏହାର ସମସ୍ତ ଶ୍ରେୟ ସେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି।
ଭାରତୀ ଏବଂ ହର୍ଷ ଏଲ୍‌ ଆଣ୍ଡ୍‌ ଏଲ୍‌ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ଏଲ୍‌ ଆଣ୍ଡ୍‌ ଏଲ୍‌ ଅର୍ଥ ଲାଇଫ୍‌ ଅଫ୍‌ ଲିମ୍ବାଚିୟା। ଏହି ଚ୍ୟାନେଲ ମାଧ୍ୟମରେ ଉଭୟ ସେମାନଙ୍କ ଦୈନନ୍ଦିନ ଜୀବନ ବିଷୟରେ କଥା ହୁଅନ୍ତି।
ଏବେ ଭାରତୀ ଏବଂ ହର୍ଷ ଶୋ’ ଖତ୍‌ରା-ଖତ୍‌ରାରେ ନଜର ଆସୁଛନ୍ତି। ଉଭୟ ଏହି ଶୋ’ର ହୋଷ୍ଟିଂ କରୁଛନ୍ତି। ଏହା ପୂର୍ବରୁ ଦୁହେଁ ଶୋ’ ‘ହୁନରବାଜ’ରେ ହୋଷ୍ଟ ଭାବରେ ଦେଖାଯାଉଥିଲେ।

Share