ବିବାଦରେ କମେଡି କୁଇନ୍‌

ଅଢୁଆରେ କମେଡି କୁଇନ୍‌ ଭାରତୀ ସିଂହ। ଜୋକ କରିବା ତାଙ୍କୁ ମହଙ୍ଗା ପଡିଛି। ଦାଢି ନିଶକୁ ନେଇ କମେଡି କରିବାରୁ ବିବାଦ ସୃଷ୍ଟି ହୋଇଛି। ନିକଟରେ ଭାରତୀ ନିଜର ଏକ ଶୋ’ରେ ନିଶ ଦାଢିକୁ ନେଇ ଏକ ଜୋକ କରିଥିଲେ। ଯାହାକୁ ଶିଖ୍‌ ସମ୍ପ୍ରଦାୟର ଲୋକେ ବିରୋଧ କରିଛନ୍ତି। ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଉଛି। ସେପଟେ ଏହି ମାମଲାରେ ଭାରତୀ ଶିଖ୍‌ ସମ୍ପ୍ରଦାୟକୁ ହାତ ଯୋଡି କ୍ଷମା ମାଗିଛନ୍ତି। ଯାହାର ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଶେୟାର କରି ଲେଖିଛନ୍ତି, ‘ମୁଁ ଜଣେ ପଞ୍ଜାବୀ, ମୁଁ ନିଜେ ଅମୃତସରରେ ଜନ୍ମ ହୋଇଛି। ପଞ୍ଜାବୀ ବୋଲି ମୁଁ ଗର୍ବିତ। ମୁଁ ଲୋକମାନଙ୍କୁ ଖୁସି କରିବା ପାଇଁ କମେଡି କରେ, କାହାକୁ ଆଘାତ କରିବା ପାଇଁ ନୁହେଁ। ଯଦି ମୋର କୌଣସି କଥାକୁ ନେଇ ଆଘାତ ଲାଗିଛି, ତେବେ ନିଜ ଭଉଣୀ ଭାବି ମୋତେ କ୍ଷମା କରିଦିଅନ୍ତୁ’।

Share