ପତଳି ହେଇଗଲେଣି ଭାରତୀ; କପିଲଙ୍କ ଶୋ’ରେ ଓଜନ କମାଇ ଚମକାଇଲେ…

ବମ୍ବେ: ଲୋକପ୍ରିୟ କମେଡିଆନ୍‌ଙ୍କ ମଧ୍ୟରୁ ଭାରତୀ ସିଂହ ଜଣେ। ସେ ଏବେ ବେଶ ଖୁସି ଅଛନ୍ତି। ସେ ବି ନିଜର ଓଜନ କମାଇବାକୁ ନେଇ। ନିଜର ୧୫ କିଲୋ ଓଜନ କମାଇଛନ୍ତି ଭାରତୀ। କପିଲ ଶର୍ମା ଶୋ’ରେ ସେ ଏନେଇ ସୂଚନା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ପୂର୍ବରୁ ଭାରତୀଙ୍କ ଓଜନ ୯୧ କିଲୋ ଥିଲା। ହେଲେ ଏବେ ୭୬ କିଲୋ ହୋଇଯାଇଛନ୍ତି। ନିଜର ଖାଦ୍ୟପେୟରେ ପରିବର୍ତ୍ତନ କରି ଏପରି କିଛି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀ ।

ସମସ୍ତେ ଜାଣନ୍ତି ଭାରତୀ ଖାଇବାକୁ ବହୁତ ଭଲ ପାଆନ୍ତି। ହେଲେ ଏବେ ସେ ମଝିରେ ମଝିରେ ରାତି ୭ଟାରୁ ପରଦିନ ୧୨ଟା ଯାଏ ଖାଦ୍ୟ ଗ୍ରହଣ କରୁନାହାନ୍ତି। ଏପରି କରିବା ଦ୍ୱାରା ତାଙ୍କ ଓଜନ କମିଯାଇଛି। ସେ ନିଜକୁ ଫିଟ୍‌ ଏବଂ ସୁସ୍ଥ ଅନୁଭବ କରୁଛନ୍ତି। କମେଡିଆନ୍‌ଙ୍କ ପୂର୍ବରୁ ମଧୁମେହ ସହ ଆସ୍ଥମା ଭଳି ସ୍ବାସ୍ଥ୍ୟ ସମସ୍ୟା ରହିଥିଲା। ବର୍ତ୍ତମାନ ସମୟରେ ସବୁକିଛି ନିୟନ୍ତ୍ରଣରେ ରହିଛି।

ଭାରତୀ କୁହନ୍ତି, ୩୦-୩୨ ବର୍ଷ ଯାଏ ବହୁତ ଖାଇଛି। ଏହାପରେ ବର୍ଷେ ଧରି ନିଜ ଶରୀରକୁ ସମୟ ଦେଉଛି। ନିଜକୁ ପତଳା ଦେଖି ବହୁତ ଖୁସି ଲାଗୁଛି। ନିଜ ଉପରେ ଗର୍ବ ହେଉଛି ବୋଲି ଭାରତୀ କହିଛନ୍ତି।

Share