ବେବି ବମ୍ପ ଦେଖାଇ ପ୍ରଶଂସକଙ୍କୁ ଏଭଳି ପ୍ରଶ୍ନ ପଚାରିଲେ ଭାରତୀ

ବମ୍ବେ: ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ। କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ ସେ। ଏହାପରଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏବେ ଭାରତୀ ଇନ୍‌ଷ୍ଟାଗ୍ରାମରେ ନିଜର ବେବିବମ୍ପ ସହ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଅଛନ୍ତି।

ନିକଟରେ କ୍ରିସମାସ୍‌ ଯାଇଥିବା ବେଳେ ଭାରତୀ ମୁଣ୍ଡରେ ନାଲି ରଙ୍ଗର ଟୋପି ପିନ୍ଧିଥିବା ନଜର ଆସିଛନ୍ତି। ଏହାକୁ ଶେୟାର କରି ସେ କ୍ୟାପ୍‌ଶନ ଲେଖିଛନ୍ତି, ସାଣ୍ଟା ଆସିବ ନା ସୈଣ୍ଟି? କମେଣ୍ଟ କରି ଶୀଘ୍ର କୁହନ୍ତୁ’। ତେବେ ପାଖାପାଖି ୨-୩ ବର୍ଷ ଧରି ପରିବାର ଲାଗି ପ୍ଲାନିଂ କରୁଥିଲେ ଭାରତୀ।

ମା’ ହେବାକୁ ଯାଉଥିଲେ ହେଁ କାମରୁ ବିରତି ନେଇନାହାନ୍ତି ଭାରତୀ । ଏପରିକି ନଅ ମାସ ଯାଏ କାମ କରିବାକୁ ଚାହୁଁଛି ବୋଲି ମଧ୍ୟ ସେ ଏକ ସାକ୍ଷାତକାରରେ କହିଛନ୍ତି।

Share