ମା’ ହେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ବାମୀ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି। ଭାରତୀ ଏବଂ ହର୍ଷ ହର୍ଷ ଏବଂ ଭାରତୀ ମାତୃତ୍ୱ ଫଟୋଶୁଟର ଏକ ଫଟୋ ଶେୟାର ଲେଖିଛନ୍ତି – ଏହା ପୁଅ। ଉଭୟ ଉତ୍ସାହର ସହିତ ଏହି ଦିନକୁ ଅପେକ୍ଷା କରିଥିଲେ।
ଭାରତୀ ତାଙ୍କ ଗର୍ଭଧାରଣ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ସେ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କ ସହ ରିଆଲିଟି ଶୋ’ ହୁନରବାଜ ହୋଷ୍ଟିଂ କରୁଥିଲେ। ଏହା ପରେ ସେ ତାଙ୍କ ଶୋ’ ଖତ୍ରା ଖତ୍ରା ଖତ୍ରାର ଦ୍ୱିତୀୟ ସିଜନ ମଧ୍ୟ କରୁଥିଲେ। ଏଥିରେ ହର୍ଷ ଏବଂ ଭାରତୀ ସେଲିବ୍ରିଟିମାନଙ୍କ ସହିତ ବହୁତ ମଜା କରନ୍ତି।
ଭାରତ ଏବଂ ହର୍ଷ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ଗତ ବର୍ଷ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ଏଥିରେ ଉଭୟ ପ୍ରଶଂସକମାନଙ୍କୁ ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ କହୁଥିଲେ।

Share