ରାତିସାରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ କମେଡି କୁଇନ୍‌; କାହାକୁ ଜଣାଇ ନ ଥିଲେ…

ମୁମ୍ବାଇ: ପ୍ରସବ ପୂର୍ବଦିନ ଯାଏଁ କାମ କରି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କମେଡି କୁଇନ ଭାରତୀ। ନିକଟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ଡେଲିଭରୀର ପୂର୍ବ ଦିନ ରାତିରେ ତାଙ୍କ ଅବସ୍ଥା କିଭଳି ଥିଲା ତାହା ଏବେ ସାମ୍ନାକୁ ଆସିଛି। ଭାରତୀ ନିଜ ସୋସିଆଲ ମିଡିଆ ବ୍ଲଗ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ବ୍ଲଗ୍‌୍‌ରେ ଡେଲିଭରୀର ଦୁଇ ଦିନ ପୂର୍ବରୁ ଏବଂ ହସ୍ପିଟାଲ ଯିବା ଯାଏ ତାଙ୍କ ଅବସ୍ଥା କିଭଳି ଥିଲା ସେ ସବୁ ବଖାଣିଛନ୍ତି।

ସମସ୍ତଙ୍କ ଭଳି ଛୁଆ ଜନ୍ମ ହେବାର ଦୁଇ ଦିନ ପୂର୍ବରୁ ଭାରତୀଙ୍କ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତେବେ ଏହା ପ୍ରସବ ଯନ୍ତ୍ରଣା ଥିଲା ନା ଆଉ କିଛି ତାହା ସେ ଜାଣି ପାରି ନ ଥିଲେ। ଘର ଲୋକ ଜାଣିଲେ ଚିନ୍ତିତ ହୋଇପଡିବେ ଭାବି ସେ ଏନେଇ କାହାକୁ ଜଣାଇ ନ ଥିଲେ। ଏହାପରେ ସେ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କ ସହ କାର୍‌ରେ ବସି ହସ୍ପିଟାଲ ଯାଇଥିଲେ। ସେଯାଏଁ ମଧ୍ୟ ସେ ନିଜ ଘର ଲୋକଙ୍କୁ କିଛି ଜଣାଇ ନ ଥିଲେ। ଏ ସମସ୍ତ ଘଟଣାକୁ ଭାରତୀ ନିଜ କ୍ୟାମେରାରେ କଏଦ କରିଥିଲେ। ତେବେ ଏହା ତାଙ୍କ ଜୀବନର ସବୁଠୁ ବଡ ଶୁଟ୍‌ ଥିଲା ବୋଲି ସେ କହିଛନ୍ତି।

ହସ୍ପିଟାଲ ଯିବା ସମୟରେ ବେଶ ଭୟଭୀତ ହୋଇପଡିଥିଲେ ଭାରତୀ। ସେ ବହୁତ କାନ୍ଦିିଥିଲେ। ରାତିସାରା ସେ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଭାରତୀ ଏବଂ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ହର୍ଷ ଟୱିଟ କରି ନିଜ ପ୍ରଶଂସକମାନଙ୍କୁ ଜଣାଇଥିଲେ।

Share