ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ ୫ଦିନ ବିତିଲାଣି। ସମୟ ଯେତିକି ଗଡ଼ିଚାଲିଛି ନୂଆ କଥା ସବୁ ସାମ୍ନାକୁ ଆସିବାରେ ଲାଗିଛି। ଗତ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଜଘନ୍ୟକାଣ୍ଡରେ ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜି) ଓ୍ବାଇ.ବି. ଖୁରାନିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏକ ନୂଆ ମାମଲା ରୁଜୁ କରାଯିବ। ଉକ୍ତ ମାମଲା ଆଧାରରେ ଗୁରୁଭନ୍ସ ଏବଂ ତାଙ୍କ ବାନ୍ଧବୀଙ୍କୁ ଯେଉଁମାନେ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ ସେମାନଙ୍କୁ ଚିହ୍ନଟ କରାଯିବ। ଏହାପରେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି। ଡିଜିଙ୍କ ଏଭଳି ମନ୍ତବ୍ୟ ପରେ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଯେଉଁ କାମ ପ୍ରଥମେ କରିବାର ଥିଲା ସେକଥା ହେଲାନାହିଁ। ଏବେ ପୋଲିସର ଅମାନବୀୟ ଏବଂ ଆପରାଧିକ କାର୍ଯ୍ୟକଳାପ ଧୀରେ ଧୀରେ ସାମ୍ନାକୁ ଆସିବା ପରେ ଡିଜି ମୂଳ ପ୍ରସଙ୍ଗକୁ ଯିବା ନେଇ ସନ୍ଦେହ ସୃଷ୍ଟି କରୁଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏହି ଘଟଣାରେ ପୋଲିସକୁ ବଞ୍ଚାଇବା ଲାଗି ସର୍ବୋଚ୍ଚ ଅଧିକାରୀଙ୍କ ଏହି ଉଦ୍ୟମ। ଭୁବନେଶ୍ୱର-କଟକ କମିଶନରେଟ୍‌ ଅଧୀନରେ ଭରତପୁର ଥାନା ଆସୁଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହି ଥାନା ଦାୟିତ୍ୱରେ ଥିବା ମୁଖ୍ୟଅଧିକାରୀ। ତେଣୁ ଯଦି ଭରତପୁର ଥାନାରେ କିଛି ଘଟଣା ଏଭଳି ଘଟିଲା ଏହାର ପରଦିନ ହିଁ ପୋଲିସ କମିଶନର ସାମ୍ନାକୁ ଆସି ଘଟଣାକୁ ଗୁରୁତର ସହ ବିଚାର କରିବାର ଆବଶ୍ୟକତା ଥିଲା। ହେଲେ ଏଯାଏଁ ପୋଲିସ କମିଶନର ଏ ବାବଦରେ ପଦୁଟିଏ ନ କହିବା ନାନା ପ୍ରକାର ପ୍ରଶ୍ନ ସୃଷ୍ଟି କରୁଛି। ଗତ ଶନିବାର ବିଳମ୍ବିତ ରାତିରେ ଗୁରୁଭନ୍ସ ଏବଂ ଅଙ୍କିତା ପଟିଆରୁ ଫେରିବା ସମୟରେ ଗୋଟିଏ ଗାଡ଼ିକୁ ଓଭରଟେକ୍‌ କରି ଆଗକୁ ବଢ଼ିଥିଲେ। ଏହାପରେ ହଠାତ୍‌ ଉକ୍ତ ଗାଡ଼ି ସହ ଆଉ ଦୁଇଟି ଗାଡ଼ିରୁ କେତେଜଣ ଯୁବକ ବାହାରି ଉଭୟ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଧକ୍କାମାରିବା ସହ ଦୁର୍ବ୍ୟବହାର କରିଥିଲେ। ଏ ସମ୍ପର୍କରେ ଗୁରୁଭନ୍ସ ତାଙ୍କ ବାନ୍ଧବୀଙ୍କୁ ନେଇ ଅଭିଯୋଗ କରିବାକୁ ଭରତପୁର ଥାନାଠାରେ ପହଞ୍ଚିଥିଲେ। ତେଣୁ ରାସ୍ତାରେ ଗୁରୁଭନ୍ସ ଏବଂ ଅଙ୍କିତା ଦୁର୍ବ୍ୟବହାରର ଶିକାର ହେବା ଘଟଣାର ମୂଳ ବିଷୟ। ଏହି ଅଭିଯୋଗ କରିବାକୁ ଯାଇ ଉଭୟେ ଭରତପୁର ଥାନା ଅଧିକାରୀ ଓ କର୍ମଚାରୀଙ୍କ ନିର୍ଯାତନା ଏବଂ ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାର ତଦନ୍ତ ପ୍ରଥମ ଦିନରୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଏତେ ବିଳମ୍ବରେ ପୋଲିସ ଡିଜି ଆସି ସେହି କଥା କହୁଛନ୍ତି। ହେଲେ ପୋଲିସ ଅଧିକାରୀମାନେ ସବୁ ପ୍ରକାର ବେଆଇନ କାର୍ଯ୍ୟକରି ଅଙ୍କିତାଙ୍କ ବିରୋଧରେ ବିଭିନ୍ନ ମିଛ ଦଫା ଲଗାଇ ତାଙ୍କୁ ପ୍ରଥମେ ଜେଲରେ ପୂରାଇଦେଲେ। ଏହାପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଗଲା ଏବଂ ହାଇକୋର୍ଟ ଘଟଣାର ସ୍ଥିତି ପରଖିବା ସହ ଭର୍ତ୍ସନା କଲେ। ଏହାପରେ ପୋଲିସ ଡିଜି ହସ୍ତକ୍ଷେପକରି ଗୁରୁଭନ୍ସ ଏବଂ ଅଙ୍କିତା ଯେଉଁ ଅଭିଯୋଗ କରିବାକୁ ଯାଇଥିଲେ ସେକଥାକୁ ସେ ଗୁରୁତ୍ୱ ଦେଉଛନ୍ତି। ଡିଜିଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟର ବିଭିନ୍ନ ଥାନାରେ ଲୋକଙ୍କୁ କିପରି ନ୍ୟାୟ ମିଳୁଥିବ ସେକଥା ମଧ୍ୟ ବୁଝାପଡ଼ିଯାଉଛି। କାରଣ ଭରତପୁର ଥାନାର ଘଟଣା ଭଳି ସବୁ ବିଷୟ ଏଭଳି ଲୋକଲୋଚନକୁ ଆସିପାରୁ ନାହିଁ। ବର୍ତ୍ତମାନ ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରାସ୍ତାରେ ଯେଉଁମାନେ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ବିଷୟରେ ତଥ୍ୟ ମିଳିଥିବା କଥା କୁହାଯାଉଛି। ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଥାନାରେ କରାଯାଇଥିବା ଅତ୍ୟାଚାର ଓ ବେଆଇନ କାର୍ଯ୍ୟକଳାପ ବିଷୟରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ କରିବାକୁ କୁହାଯାଇଥିଲା। ହେଲେ ଡିଜି ରୋଡ୍‌ ରୋମିଓଙ୍କୁ ଧରିବା ବିଷୟ କହିବା ଏବଂ ଏହାପରେ କ୍ରାଇମବ୍ରାଞ୍ଚ ସେହି ବିଷୟରେ ମତ ରଖିବା ଏସବୁ କଥା ସ୍ପଷ୍ଟ କରୁଛି ପୋଲିସକୁ ଏହି ଘଟଣାରୁ ବଞ୍ଚାଇବା ଲାଗି ଏକ ସୁଚିନ୍ତିତ ଯୋଜନା ଆରମ୍ଭ କରାଯାଇଛି। କ୍ରାଇମବ୍ରାଞ୍ଚର ତଦନ୍ତ କେଉଁଠି ପହଞ୍ଚିଲା ସେନେଇ ମତ ନେବାକୁ ଏହି ଘଟଣାରେ ଦାୟିତ୍ୱ ପାଇଥିବା ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରି ନାହିଁ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଏନେଇ ଡିଜିପିଙ୍କୁ ନୋଟିସ କରିଛନ୍ତି। ଏହି ପ୍ରସଙ୍ଗରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଅଧିକାରୀ ଓ କର୍ମଚାରୀ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ଏନ୍‌ସିଡବ୍ଲ୍ୟୁ ଆଶା କରିଛନ୍ତି। ଏତେସବୁ ହେବା ପରେ ମଧ୍ୟ ଉକ୍ତ ଥାନା କର୍ମଚାରୀମାନଙ୍କୁ ବଞ୍ଚାଇବା ଲାଗି ରାଜ୍ୟ ପୋଲିସ କାହିଁକି ଉଦ୍ୟମ ଜାରି ରଖିଛି ସେକଥା ଜଣାପଡୁନାହିଁ। ସୂଚନାଯୋଗ୍ୟ, ଭରତପୁର ଥାନାରେ ଘଟିଥିବା ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ସେହି ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ହାଇକୋର୍ଟ ଅଙ୍କିତାଙ୍କୁ ବେଲ୍‌ ଦେଇ ସାରିଥିବା ବେଳେ ସେ ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri