ବିଳାସପୂର୍ଣ୍ଣ ଫାର୍ମହାଉସର ମାଲିକାଣୀ ଭାରତୀ, ଛାଡ଼ିଲେ ମୁମ୍ବାଇ ଘର…

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ବର୍ତ୍ତମାନ ମା’ ହେବାକୁ ଯାଉଥିବାରୁ ନେଇ ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେ କିଛ ଦିନ ପାଇଁ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ କରଜାତ ଫାର୍ମ ହାଉସ୍‌କୁ ରହିବା ପାଇଁ ଯାଇଛନ୍ତି। ସେଠାରୁ ସେ ଏକ ଭିଡିଓ ଶେୟାର କରି ଘରର ଭିତର ଦେଖାଇବା ସହ ଫାର୍ମହାଉସରେ ଥିବା ଏକ ସୁଇମିଂ ପୁଲ ଦେଖାଇଛନ୍ତି। ଭାରତୀ ୟୁଟ୍ୟୁବ୍‌ ବ୍ଲଗ ଜରିଆରେ ଏହି ଭିଡିଓ ଶେୟାର କରିଥିବା ବେଳେ ହର୍ଷ କହିଛନ୍ତି, ଫାର୍ମହାଉସରେ ଶୁଟିଂ କରିବୁ ବ୍ଲଗ ବନେଇବୁ। ଭିଡିଓରେ ଉଭୟ ମସ୍ତି କରୁଥିବା ନଜର ଆସିଛନ୍ତି।
ଭିଡିଓରେ ଭାରତୀ ହର୍ଷଙ୍କୁ ପରିହାସ କରି କହୁଛନ୍ତି, ମୁଁ ଜଣେ ଛୋଟ ଲେଖକଙ୍କ ପତ୍ନୀ। ସେହି ସମୟରେ ହର୍ଷ କୁହନ୍ତି ‘ଘରେ ରହିବା ଉଚିତ, ଏହାର ଏକ ସୁବିଧା ଅଛି ଯେ, ତୁମେ ଜୀବନର ତିକ୍ତ ବାସ୍ତବତା ସାମ୍ନାରେ ରହିବ ’। ହର୍ଷ ଆହୁରି ମଧ୍ୟ କହିଛନ୍ତି, ଫାର୍ମ ହାଉସରେ ଝଗଡ଼ା କରିବା ଉଚିତ କି? ପରେ ଭାରତୀ ଉତ୍ତରରେ କହିଛନ୍ତି, ଫାର୍ମ ହାଉସ ଏପରି କହୁଛ ଯେପରି ସଲମାନ ଖାନଙ୍କ ଫାର୍ମ ହାଉସ ନିକଟରେ ଆମର ଫାର୍ମ ହାଉସ ଅଛି।
ତେବେ ଭାରତୀଙ୍କ ଫାର୍ମ ହାଉସ ବହୁତ ବଡ ସେଠାରେ ଖୋଲା ସ୍ଥାନ ମଧ୍ୟ ଅଛି । ଫାର୍ମ ହାଉସରେ ଏକ ବଡ଼ ସୁଇମିଂ ପୁଲ ମଧ୍ୟ ଅଛିି ଏବଂ ଏହାର ଚାରିପାଖରେ ବହୁତ ଖୋଲା ସ୍ଥାନ ଅଛି । ଏହା ସହିତ, ଫାର୍ମ ହାଉସରେ ଅନେକ ବଡ ରୁମ୍‌ ମଧ୍ୟ ଅଛି। ପରେ ଭାରତୀ କହିଛନ୍ତି, ମୁଁ ଭାବିଛି ଯେ ଆଜିର ଖାଦ୍ୟ ଗ୍ୟାସରେ ନୁହେଁ ବରଂ ଚୁଲିରେ ତିଆରି ହେବା ଉଚିତ’। ସନ୍ଧ୍ୟାରେ ହର୍ଷ ଷ୍ଟୋଭରେ କିଛି କରୁଥିବା ବେଳେ , ଭାରତୀ ରୁଟି କରୁଥିବା ନ ଜର ଆସୁଛନ୍ତି।

Share