ଭାରତ ରଙ୍ଗ ମହୋତ୍ସବ ଆରମ୍ଭ : ତାଜମହଲ କା ଟେଣ୍ଡର’ରେ ଦୁର୍ନୀତିର କାହାଣୀ

ଭୁବନେଶ୍ୱର,୯ା୨(ଶର୍ମିଷ୍ଠା ପାଣିଗ୍ରାହୀ): ସମ୍ରାଟ ଶାହାଜାହାନ ତାଙ୍କ ପତ୍ନୀଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ, ଯାହା ପ୍ରେମର ପ୍ରତୀକ ଭାବେ ଜଣାଶୁଣା। ମାତ୍ର ସାମ୍ପ୍ରତିକ ସ୍ଥିତିରେ ତାଜମହଲଟିଏ କରିବାକୁ ଚାହୁଁଥିବା ବ୍ୟକ୍ତିଟିଏ କିଭଳି ସମାଜର ଲୁଣ୍ଠନର ଶିକାର ହେଉଛନ୍ତି, ତାହା ନାଟକ ‘ତାଜମହଲ କା ଟେଣ୍ଡର’ରେ ପ୍ରତିଫଳିତ ହୋଇଛି। ଶାହାଜାହାନ ତାଙ୍କ ପତ୍ନୀଙ୍କ ସ୍ମୃତିରେ ତାଜମହଲ ବନାଇବାକୁ ଇଚ୍ଛା କରିଛନ୍ତି। ସେଥିପାଇଁ ସେ ମୁଖ୍ୟଯନ୍ତ୍ରୀ ଗୁପ୍ତାଜୀଙ୍କୁ ଡକାଇଛନ୍ତି। ମାତ୍ର ଗୁପ୍ତାଜୀ ସମ୍ରାଟଙ୍କ ଇଚ୍ଛା ପୂରଣ କରିବା ତ ଦୂରର କଥା କେବଳ ଟେଣ୍ଡରଟିଏ ପାସ୍‌ କରାଇବାକୁ ଦୀର୍ଘ ୨୫ବର୍ଷ ବିତିଯାଇଛି।

ଏହାପରେ ବି ଟେଣ୍ଡରଟିଏ ପାସ୍‌ ହୋଇପାରି ନାହିଁ। ସରକାରୀ ସ୍ତରରେ କାମଟିଏ କରିବାକୁ ଦୁର୍ନୀତି କିପରି ବାଟ ଓଗାଳେ, ସମୟ ପରେ ସମୟ ଗଡ଼ି ଚାଲିଥିଲେ ବି ଜଣେ କିଭଳି ଲୁଣ୍ଠନର ଶିକାର ହୋଇ ଲକ୍ଷ୍ୟ ହାସଲ କରିପାରୁନି ତାହାର ବାସ୍ତବ ଚିତ୍ର ଏହି ନାଟକରୁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସମୟରେ ଘଟୁଥିବା ଘଟଣାକୁ ଶାହାଜାହାନଙ୍କ ତାଜମହଲ ସହ ଯୋଡ଼ାଯାଇଛି। ଯଦି ଏବେ କୌଣସି ବ୍ୟକ୍ତି ତାଜମହଲ କରିବାକୁ ଚାହିଁବ ତା’ହେଲେ ଖାଲି ଟେଣ୍ଡର ପାସ୍‌ ପାଇଁ ଦୀର୍ଘ ସମୟ ଲାଗିଯିବ।

ସଂସ୍କୃତି ମନ୍ତ୍ରଣାଳୟ, ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମା(ଏନଏସ୍‌ଡି) ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଅନ୍ତର୍ଜାତୀୟ ନାଟକ ମହୋତ୍ସବ ‘ଭାରତ ରଙ୍ଗ ମହୋତ୍ସବ’ ଆରମ୍ଭ ହୋଇଛି। ପ୍ରଥମ ସନ୍ଧ୍ୟାରେ ଅଜୟ ଶୁକ୍ଳାଙ୍କ ଲିଖିତ ଓ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ତାଜମହଲ କା ଟେଣ୍ଡର’ ଉପସ୍ଥିତ ଦର୍ଶକ ଓ ଅତିଥିଙ୍କ ମନ ଜିଣିଛି। ଏନ୍‌ଏସ୍‌ଡି ରେପେଟୋରୀ କମ୍ପାନୀ ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। ଅତିଥି ଭାବେ ଏନ୍‌ଏସ୍‌ଡି ଓ ନାଟକର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ, କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ, କଣ୍ଠଶିଳ୍ପୀ ସୁବାସ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଓ ଅଭିନେତା ସମରେଶ ରାଉତରାୟ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ ତ୍ରିପାଠୀ କହିଛନ୍ତି, ୨୫ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଯେ ଏତେ ବଡ଼ ସଫଳତା ପାଇବ ତାହା କେହି ଭାବି ନ ଥିଲେ। ନାଟକ ରହିଥିଲା, ରହିଛି ଓ ଆଗକୁ ରହିବ ମଧ୍ୟ। ଏହି ମହୋତ୍ସବକୁ ଦର୍ଶକମାନେ ହିଁ ଆହୁରି ସଫଳ କରାଇପାରିବେ। ଭାରତୀୟ ଅନୁଷ୍ଠାନଗୁଡ଼ିକରେ କିଭଳି ଲୁଣ୍ଠନ, ପକ୍ଷପାତିତା, ଦୁର୍ନୀତି, ନିଷ୍କ୍ରିୟତା, ପଛୁଆ ବର୍ଗ, ଅହଙ୍କାର ସୃଷ୍ଟି ହେଲା ତାହାର ପ୍ରତିଫଳନ ଏହି ନାଟକ ମାଧ୍ୟମରେ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?