ସ୍ବପ୍ନା ସୁନ୍ଦରୀଙ୍କୁ ‘ଭରତ ମୁନି ସମ୍ମାନ’

ଭୁବନେଶ୍ୱର,୧୬।୧୨(ଶର୍ମିଷ୍ଠା ପାଣିଗ୍ରାହୀ): କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍‌ ଅନୁଷ୍ଠାନ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚଠାରେ ଚାଲିଥିବା ଭରତ ମୁନି ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସାରେ କୁଚିପୁଡ଼ି ଓ ଭାରତନାଟ୍ୟମ୍‌ ବିଦୂଷୀ ପଦ୍ମଭୂଷଣ ସ୍ବପ୍ନା ସୁନ୍ଦରୀଙ୍କୁ ଭରତ ମୁନି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କୂଟନୀତିଜ୍ଞ ଜିତେନ୍ଦ୍ର ନାଥ ମିଶ୍ର, କଥାକାର ଡ. ଗୌରହରି ଦାସ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ କେରଳର ମୋହିନୀୟାଟ୍ଟମ ଶାସ୍ତ୍ରୀୟ ନୃତ୍ୟରେ ଗଣପତି ସ୍ତୁତି ଉପସ୍ଥାପିତ ହୋଇଥିଲା। ଏହା ପରେ ଗୌତମ ବୁଦ୍ଧଙ୍କ ପତ୍ନୀ ଯଶୋଧାରାଙ୍କ ଅଭିମାନ ଆଧାରରେ ପ୍ରସ୍ତୁତ ନୃତ୍ୟ ରଚନାକୁ ନିଖୁଣ ଭାବେ ବାଢ଼ି ଦେଇଥିଲେ ନୃତ୍ୟାଙ୍ଗନା ମାଧବୀ ଚନ୍ଦ୍ରନ। ରାଗ ସିନ୍ଧୁ ଭୈରବୀ ଆଧାରିତ କାଳୀ ଉପାସନାର ଚିତ୍ରକୁ ଉପସ୍ଥାପନା କରିଥିଲେ ଶିଳ୍ପୀ ମାଧବୀ। ମୋହିନୀୟାଟ୍ଟମର ଅନ୍ତିମ ପରିବେଷଣରେ ଶ୍ରୀଜୟଦେବ କୃତ ଗୀତଗୋବିନ୍ଦର ଅଷ୍ଟପଦୀ ମାଧବ ସ ବିରହେ ତବ ଦୀନା ମଞ୍ଚସ୍ଥ ହୋଇଥିଲା। ଦ୍ୱିତୀୟ ଚରଣରେ କଥକ ଶିଳ୍ପୀ ଡ. ଆରତୀ ସିଂ ଓ କମଳା ସଙ୍ଗୀତ ମହାବିଦ୍ୟାଳୟ, ରାୟପୁରର ନୃତ୍ୟାଙ୍ଗନା ଶାସ୍ତସ୍ତ୍ରୀୟ କଥକନୃତ୍ୟରେ ‘ଶିବ ପଞ୍ଚାକ୍ଷର’ ପରଷି ଦେଇଥିଲେ। ପରେ ଶୁଦ୍ଧନୃତ୍ୟ ଧମାର ଓ ମୋଗଲ ଶାସନ ପୃଷ୍ଠପୋଷକତାରେ ପ୍ରସ୍ତୁତ ‘ଠୁମ୍‌ରୀ’ର ନୃତ୍ୟାୟନ ଦର୍ଶକଙ୍କୁ ମୁଗ୍ଧ କରିଥିଲା। କଥକର ଅନ୍ତିମ ପ୍ରସ୍ତୁତିରେ ରହିଥିଲା ‘ତରାନା’। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପୁଷ୍ପିତା ମିଶ୍ର ଧନ୍ୟବାଦ ଜଣାଇଥିଲେ। ଟ୍ରଷ୍ଟି ଅଂଶୁମାନ ମିଶ୍ର, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଆଦ୍ୟାଶା ମିଶ୍ର, ସମୀକ୍ଷା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri