ସ୍ବପ୍ନା ସୁନ୍ଦରୀଙ୍କୁ ‘ଭରତ ମୁନି ସମ୍ମାନ’

ଭୁବନେଶ୍ୱର,୧୬।୧୨(ଶର୍ମିଷ୍ଠା ପାଣିଗ୍ରାହୀ): କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍‌ ଅନୁଷ୍ଠାନ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚଠାରେ ଚାଲିଥିବା ଭରତ ମୁନି ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସାରେ କୁଚିପୁଡ଼ି ଓ ଭାରତନାଟ୍ୟମ୍‌ ବିଦୂଷୀ ପଦ୍ମଭୂଷଣ ସ୍ବପ୍ନା ସୁନ୍ଦରୀଙ୍କୁ ଭରତ ମୁନି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କୂଟନୀତିଜ୍ଞ ଜିତେନ୍ଦ୍ର ନାଥ ମିଶ୍ର, କଥାକାର ଡ. ଗୌରହରି ଦାସ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ କେରଳର ମୋହିନୀୟାଟ୍ଟମ ଶାସ୍ତ୍ରୀୟ ନୃତ୍ୟରେ ଗଣପତି ସ୍ତୁତି ଉପସ୍ଥାପିତ ହୋଇଥିଲା। ଏହା ପରେ ଗୌତମ ବୁଦ୍ଧଙ୍କ ପତ୍ନୀ ଯଶୋଧାରାଙ୍କ ଅଭିମାନ ଆଧାରରେ ପ୍ରସ୍ତୁତ ନୃତ୍ୟ ରଚନାକୁ ନିଖୁଣ ଭାବେ ବାଢ଼ି ଦେଇଥିଲେ ନୃତ୍ୟାଙ୍ଗନା ମାଧବୀ ଚନ୍ଦ୍ରନ। ରାଗ ସିନ୍ଧୁ ଭୈରବୀ ଆଧାରିତ କାଳୀ ଉପାସନାର ଚିତ୍ରକୁ ଉପସ୍ଥାପନା କରିଥିଲେ ଶିଳ୍ପୀ ମାଧବୀ। ମୋହିନୀୟାଟ୍ଟମର ଅନ୍ତିମ ପରିବେଷଣରେ ଶ୍ରୀଜୟଦେବ କୃତ ଗୀତଗୋବିନ୍ଦର ଅଷ୍ଟପଦୀ ମାଧବ ସ ବିରହେ ତବ ଦୀନା ମଞ୍ଚସ୍ଥ ହୋଇଥିଲା। ଦ୍ୱିତୀୟ ଚରଣରେ କଥକ ଶିଳ୍ପୀ ଡ. ଆରତୀ ସିଂ ଓ କମଳା ସଙ୍ଗୀତ ମହାବିଦ୍ୟାଳୟ, ରାୟପୁରର ନୃତ୍ୟାଙ୍ଗନା ଶାସ୍ତସ୍ତ୍ରୀୟ କଥକନୃତ୍ୟରେ ‘ଶିବ ପଞ୍ଚାକ୍ଷର’ ପରଷି ଦେଇଥିଲେ। ପରେ ଶୁଦ୍ଧନୃତ୍ୟ ଧମାର ଓ ମୋଗଲ ଶାସନ ପୃଷ୍ଠପୋଷକତାରେ ପ୍ରସ୍ତୁତ ‘ଠୁମ୍‌ରୀ’ର ନୃତ୍ୟାୟନ ଦର୍ଶକଙ୍କୁ ମୁଗ୍ଧ କରିଥିଲା। କଥକର ଅନ୍ତିମ ପ୍ରସ୍ତୁତିରେ ରହିଥିଲା ‘ତରାନା’। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପୁଷ୍ପିତା ମିଶ୍ର ଧନ୍ୟବାଦ ଜଣାଇଥିଲେ। ଟ୍ରଷ୍ଟି ଅଂଶୁମାନ ମିଶ୍ର, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଆଦ୍ୟାଶା ମିଶ୍ର, ସମୀକ୍ଷା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri