Categories: ଜାତୀୟ

୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ,୧୯।୧୨: ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ। ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ। ଅନ୍ୟପକ୍ଷେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲହେବା ଲାଗି ରାହୁଲ ହାସନଙ୍କୁ ଆମନ୍ତ୍ରଣ କରିଥିଲେ ବୋଲି ଦଳର ଜଣେ ନେତା ପ୍ରକାଶ କରିଛନ୍ତି।

Share