Posted inଜାତୀୟ

ଟି-ଶର୍ଟରୁ ଏସି କଣ୍ଟେନର ପର୍ଯ୍ୟନ୍ତ… କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୧୦ ।୯: ଆଗାମୀ ୨୦୧୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ଦେଇଛି । ଏହା କନ୍ୟାକୁମାରୀରୁ ଆରମ୍ଭ ହୋଇ ପ୍ରାୟ ୧୫୦ ଦିନ ପରେ କଶ୍ମୀରରେ ଶେଷ ହେବ । ଏହି ଯାତ୍ରାକୁ ନେଇ କଂଗ୍ରେସ ଖୁବ ଆଶାବାଦୀ ରହିଛି । ଯାତ୍ରା ଆରମ୍ଭ ହେବାର ୩ ଦିନ ମଧ୍ୟରେ ବିବାଦ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି ।
କଂଗ୍ରେସ ଏହି ଯାତ୍ରାରେ ୬୦ କଣ୍ଟେନର(ଭାରତ ଯୋଡୋ ଯାତ୍ରା କଣ୍ଟେନର)କୁ ବିଶେଷ ଭାବେ ରହିବାକୁ ପ୍ରସ୍ତୁତ କରିଛି । ଏହି କଣ୍ଟେନରରେ କଂଗ୍ରେସର ଲୋକେ ରାତି କଟାଇବେ । ଏଥିମଧ୍ୟରୁ ଗୋଟିଏ କଣ୍ଟେନରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରହିବାର ବ୍ୟବସ୍ଥା କରାଯାଇଛି । ଏବେ ଏହି କଣ୍ଟେନରରେ ଦିଆଯାଇଥିବା ସୁଯୋଗକୁ ନେଇ ଭାଜପା କଂଗ୍ରେସ ଉପରେ ଅଭିଯୋଗ ଆଣିଛି । ଭାଜପା କହିଛି ରାଲିରେ ସାମିଲ ହୋଇଥିବା ନେତା ଆରାମ କରିବା ଲାଗି ଏହି କଣ୍ଟେନରରେ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା କରାଯାଇଛି । ସଫେଇ ଦେବାକୁ ଯାଇ କଂଗ୍ରେସ କହିଛି, ଭାରତ ଯୋଡୋ ଯାତ୍ରା ପାଇଁ ଯେଉଁ କଣ୍ଟେନର ବ୍ୟବସ୍ଥା କରାଯାଇଛି ସେଥିରେ ସେମିତି କୌଣସି ସବୁିଧା ନାହିଁ । ବରଂ ରାତ୍ରୀ ଯାପନ ପାଇଁ ଏହା ତିଆରି କରାଯାଇଛି ।

ଭାରତ ଯୋଡୋ ଯାତ୍ରା ଯେତିକ ଯେତିକି ଆଗକୁ ବଢୁଛି କଂଗ୍ରେସ ପାଇଁ ବି ଚ୍ୟାଲେଞ୍ଜ ବଢି ବଢି ଚାଲିଛି । ପ୍ରତି ମୁହୂର୍ତ୍ତରେ ଭାଜପା କଂଗ୍ରେସକୁ ଟାର୍ଗେଟ କରି ଚାଲିଛି । କଣ୍ଟେନର ବିବାଦ ଶେଷ ନ ହେଉଣୁ ଭାଜପା ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଶେୟାର କରି କଂଗ୍ରେସକୁ ପୁଣି ଟାର୍ଗେଟ କରିଥିଲା । ଭାଜପା ରାହୁଲଙ୍କ ଟି-ଶର୍ଟର ବ୍ରାଣ୍ଡ ଓ ଦାମକୁ ନେଇ ଅଭିଯୋଗ କରିଥିଲା କି ଏହାର ଦାମ ୪୧,୨୫୭ ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri