Categories: ଜାତୀୟ

ବ୍ରେକ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡୋ ଯାତ୍ରା

ଲକ୍ଷ୍ନୌ,୩ ।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ଉତ୍ତର ପ୍ରଦେଶରୁ ଆରମ୍ଭ ହେଉଛି । ପ୍ରାୟ ଗୋଟିଏ ସପ୍ତାହର ବ୍ରେକ ପରେ ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରା ଦିଲ୍ଲୀରୁ ବାହାରି ଲୋନି ବର୍ଡର ଦେଇ ଗାଜିଆବାଦରେ ପହଞ୍ଚିବ । ଏହି ଯାତ୍ରାରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେବା ଅନୁମାନ କରାଯାଉଛି । ତେଣୁ ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଓ ଗାଜିଆବାଦ ପୋଲିସ ଟ୍ରାଫିକ ଆଡଭାଇଜରୀ ଜାରି କରିଛି । କିଛି ରାସ୍ତାରେ ଡାୟଭର୍ସନ ପ୍ଲାନ ଲାଗୁ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସର ଭାରତଯୋଡୋ ଯାତ୍ରା ମଙ୍ଗଳବାର ସକାଳ ପ୍ରାୟ ୧୦ଟାରେ ଲାଲକିଲା ନିକଟରେ ଥିବା ହନୁମାନ ମନ୍ଦିର(ମରଘଟ ବାଲେ ବାବା)ରୁ ବାହାରିବ ଓ ଲୁହା ପୋଲ, ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେଶନ, ଫର୍ନିଚର ମାର୍କେଟ, ଧରମପୁରା ଓ ଅଂସାରି ରୋଡ ହୋଇ ଦିନ ପ୍ରାୟ ୧୨ଟାରେ ଲୋନି ବର୍ଡର ପହଞ୍ଚିବ । ସେହିଠାରେ ଉତ୍ତର ପ୍ରଦେଶ କଂଗ୍ରେସକୁ ଯାତ୍ରାର ପତାକା ଦିଆଯିବ । ପରଦିନ ଅର୍ଥାତ୍ ୪ ଜାନୁୟାରୀରେ ବାଗପତରୁ ଶାମଲି ଯାତ୍ରା ବାହାରିବ । ଏହାପରେ ୫ ଜାନୁୟାରୀରେ ସକାଳ ପ୍ରାୟ ୬ଟାରେ ଶାମଲିରୁ ଯାତ୍ରା ବାହାରି ହରିୟାଣାର ପାନିପଥରେ ୬ଟା ୩୦ରେ ପହଞ୍ଚିବ ।

Share