Posted inଜାତୀୟ

ସାମ୍ବାରେ ଭାରତ ଯୋଡ଼ୋ ଯାତ୍ରା

ସାମ୍ବା,୨୩।୧(ପି.ଟି.): ଜମ୍ମୁ-କଶ୍ମୀରରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ରବିବାର ୨୧ କିଲୋମିଟର ଅତିକ୍ରମ କରିବା ପରେ ଅପରାହ୍ନରେ ସାମ୍ବାରେ ପହଞ୍ଚତ୍ଛି। ଜମ୍ମୁରେ ଶନିବାର ଦୁଇଟି ବିସ୍ଫୋରଣ ଘଟିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ପଦଯାତ୍ରା ସୋମବାର ଅପରାହ୍ନରେ ଜମ୍ମୁରେ ପହଞ୍ଚତ୍ବ।

ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଯାତ୍ରାକୁ ଲୋକମାନଙ୍କର ଅଭୂତପୂର୍ବ ସମର୍ଥନ ମିଳୁଛି। ଏଥିରେ ଶାସକ ଦଳ ଭାଜପା ଭୟଭୀତ। ତେଣୁ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ଖରାପ କରିବା ଲାଗି ଏହି ଦଳ ସମସ୍ତ ଉଦ୍ୟମ ଚଳାଇଥିବା ଜୟରାମ ରମେଶ ଅଭିଯୋଗ କରିଛନ୍ତି। ଭାଜପା ମୁଖ୍ୟ ପ୍ରସଙ୍ଗଠାରୁ ଲୋକଙ୍କ ଧ୍ୟାନ ହଟାଇବା କୌଶଳ ଆପଣାଇଛି। ଲୋକଙ୍କୁ ପଦଯାତ୍ରାଠାରୁ ଦୂରେଇ ରଖିବାକୁ ଉଦ୍ୟମ କରି ଏହି ଦଳ ବିଫଳ ହୋଇଥିବା ଜୟରାମ କହିଛନ୍ତି।

ଭାରତ ଯୋଡ଼ୋ ଯାତ୍ରା ଗୋଟିଏ ଦିନ ବନ୍ଦ ରହିବା ପରେ ରବିବାର ସକାଳେ ଜମ୍ମୁ-ପଠାନକୋଟ ରାଜପଥ ନିକଟ ହୀରାନଗରରୁ ଆରମ୍ଭ ହୋଇଥିଲା। ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଗାଡ଼ିଗୁଡ଼ିକୁ ଅନ୍ୟ ରୁଟ୍‌ରେ ଛଡ଼ାଯାଇଥିଲା। ଯାତ୍ରାରେ ଜମ୍ମୁ-କଶ୍ମୀର କଂଗ୍ରେସ ସଭାପତି ବିକାର ରସୁଲ ଓ୍ବାନି, କାର୍ଯ୍ୟକାରୀ ସଭାପତି ରମଣ ଭାଲ୍ଲାଙ୍କ ସହ ଶତାଧିକ ସ୍ବେଚ୍ଛାସେବୀ ସାମିଲ ହୋଇ ତ୍ରିରଙ୍ଗା ଧରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବହୁସଂଖ୍ୟାରେ ଲୋକ ଉପସ୍ଥିତ ରହି ରାହୁଲଙ୍କୁ ଅଭିନନ୍ଦନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri