Categories: ଜାତୀୟ

ନାଜାଲ୍‌ କୋଭିଡ୍‌ ଟିକା ପରୀକ୍ଷା ପାଇଁ ଭାରତ ବାୟୋଟେକ୍‌କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୮।୧: କରୋନା ମହାମାରୀର ତୃତୀୟ ଲହର ସମୟରେ ନାଜାଲ କୋଭିଡ୍‌ ଟିକା ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ମିଳିଛି ଅନୁମତି। ଫେଜ ଥ୍ରୀ’ର କ୍ଲିନିକାଲ ଟ୍ରାଏଲ ପାଇଁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ)ର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ କରିଛି। ଏହି ଟିକା ଶରୀରରେ ସଂକ୍ରମଣ ହୋଇଥିବା ସ୍ଥାନରେ ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବପାରିବ ବୋଲି ଭାରତ ବାୟୋଟେକ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ ସରକାରଙ୍କ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ ମୁତାବକ, ଦେଶର ୯ଟି ସ୍ଥାନରେ ଏହି ଟିକାର ତୃତୀୟ ପର୍ଯ୍ୟାୟର ଟ୍ରାଏଲ କରାଯିବ। ଏହି ଟିକା ପ୍ରଥମ ନାଜାଲ ଟିକା, ଯାହାର ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି। ଭାରତ ବାୟୋଟେକ ଏହି ପରୀକ୍ଷଣ କରିବ। ନାଜାଲ ଭାକସିନ୍‌ ପ୍ରଚଳିତ ହେବା ପରେ ଗଣ ଟିକାକରଣ ଅଧିକ ସହଜ ହୋଇପାରିବ ବୋଲି ଅନୁମାନ କରାଯାଉଛି।

Share