କରୋନା ନାଜାଲ ଭ୍ୟାକ୍ସିନକୁ ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୮ ।୧: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ଭାରତ ବାୟୋଟେକକୁ ନାକରେ ଦିଆଯିବାକୁ ଥିବା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି । ଏହି ଇଂଣ୍ଟ୍ରା ନାଜାଲ ଭ୍ୟାକ୍ସିନ ଡୋଜ ମାଧ୍ୟମରେ କରୋନା ଯୁଦ୍ଧରେ ସଫଳ ହେବାକୁ ଏହାକୁ ସାହାଯ୍ୟ କରିବ ବୋଲି କୁହାଯାଉଛି । ନାକରେ ଦିଆଯିବାକୁ ଥିବା ଏହି କରୋନା ଭ୍ୟାକ୍ସିନର ପରୀକ୍ଷଣ ଦେଶର ୯ଟି ସ୍ଥାନରେ କରାଯିବ । ଭାରତ ବାୟୋଟେକ ସ୍ୱଦେଶୀ ଭ୍ୟାକ୍ସିନ ପ୍ରସ୍ତୁତ କରି କରୋନା ମହାମାରୀ ସହ ଲଢିବାରେ ଏକ ବଡ ଭୂମିକା ନେଇଛି । କମ୍ପାନୀ ଏବେ ବୁଷ୍ଟର ଡୋଜପାଇଁ ନାକରେ ଦିଆଯିବା ଭଳି ଭ୍ୟାକ୍ସିନ ତିଆରି କରୁଛି ।

Share