କରୋନା ନାଜାଲ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ, ଖୁବଶୀଘ୍ର ହେବ ଲଞ୍ଚ

ନୂଆଦିଲ୍ଲୀ,୧୯ ।୬: କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି । ହେଲେ ଏହାସହ ଲଢିବାକୁ ସାରା ବିଶ୍ୱରେ ଭ୍ୟାକ୍ସିନ ତିଆରି ହୋଇ ସାରିଥିବା ବେଳେ ଏବେ ଏହି ଭ୍ୟାକ୍ସିନକୁ ନେଇ ଆଉ ଏକ ଭଲ ଖବର ଆସିଛି । କରୋନା ସହ ଲଢିବା ପାଇଁ ପ୍ରସ୍ତୁୂତ ଭ୍ୟାକ୍ସିନ ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି । ଏହା ହେଉଛି ଏକ ନାଜାଲ ଭ୍ୟାକ୍ସିନ ।
ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକର ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଡା. କୃଷ୍ଣା ଏଲା ଶନିବାର କହିଛନ୍ତି, କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ନାଜାଲ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଆସନ୍ତା ମାସରେ କମ୍ପାନୀ ଏହାର ତଥ୍ୟ ଡ୍ରଗ୍ସ କଣ୍ଟୋଲର ଜେନେରାଲ ଅଫ ଇଣ୍ଡିଆ(ଡିଜିସିଆଇ) ନିକଟରେ ଜମା କରିବ ।
ଡା. କୃଷ୍ଣା କହିଛନ୍ତିି ଏହାର ପରୀକ୍ଷଣ ଶେଷ ହୋଇଛି । ଏବେ ଏହାର ଡାଟା ବିଶ୍ଳେଷଣ କରାଯିବ । ଆସନ୍ତା ମାସରେ ଆମେ ନିୟାମକ ଏଜେନ୍ସିଙ୍କୁ ଡାଟା ଉପଲବ୍ଧ କରାଇଦେବୁ । ଯଦି ସବୁକିଛି ଠିକ୍ ରହିଲା ତେବେ ଆମକୁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏହାପରେ ଏହି ନୂଆ ନାଜାଲ ଭ୍ୟାକ୍ସିନକୁ ବଜାରକୁ ଛଡାଯିବ । ଏହା ବିଶ୍ୱର ପ୍ରଥମ କ୍ଲିନିକାଲ ପ୍ରମାଣିତ ନାଜାଲ କରୋନା ଭ୍ୟାକ୍ସିନ ହେବ ବୋଲି ସେ କହିଛନ୍ତି ।

Share