Categories: ଜାତୀୟ

କୃଷକଙ୍କ ୧୦ ଘଣ୍ଟିଆ ଭାରତ ବନ୍ଦ: ଗାଜିପୁର-ଶମ୍ଭୁ ବର୍ଡର ଜାମ

ନୂଆଦିଲ୍ଲୀ,୨୭ ।୯: କୃଷକ ସଙ୍ଗଠନ ଦ୍ୱାରା ସୋମବାର ସକାଳୁ ୧୦ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ ହୋଇଯାଇଛି । ଏହି ସମୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ହାଇ ଆଲର୍ଟରେ ରହିଛି । ଏହି ବନ୍ଦ ଡାକରାକୁ ଡଜନେରୁ ଅଧିକ ରାଜନୈତିକ ଦଳ, ସଙ୍ଗଠନ ସମର୍ଥନ କରୁଛନ୍ତି । ସକାଳ ୬ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳ ପ୍ରାୟ ୭ଟା ସୁଦ୍ଧା ଗାଜିପୁର ସୀମାରେ ଏନ୍‌ଏଚ୍‌-୯, ଏନ୍‌ଏଚ୍‌-୨୪କୁ କୃଷକମାନେ ବନ୍ଦ କରି ଦେଇଛନ୍ତି । କୃଷକ ସଙ୍ଗଠନ ସହ ଜଡିତ ନେତାମାନେ ଏଠାରେ ଏକାଠି ହୋଇଛନ୍ତି । ଏହା ବ୍ୟତୀତ କୃଷକମାନେ ଶମ୍ଭୁ ସୀମାକୁ ମଧ୍ୟ ଜାମ କରି ଦେଇଛନ୍ତି । ତେବେ ବନ୍ଦ ସମୟରେ ଆତ୍ୟାବଶ୍ୟକ ସେବାକୁ ଏହାଠାରୁ ଦୂରେଇ ଦିଆଯାଇଛି । ଯେମିତିକି ମିଡିଆ, ହସ୍ପିଟାଲ ,ମେଡିସିନ ଷ୍ଟୋର, ପରୀକ୍ଷାର୍ଥୀ ଇତ୍ୟାଦିଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।

Share