Categories: ଜାତୀୟ

ଅଗ୍ନିପଥ ଯୋଜନାକୁ ନେଇ ଭାରତ ବନ୍ଦ, ବିହାରର ୧୭ ଜିଲାରେ ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,୨୦ ।୬: ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିବା ଫଳରେ କିଛି ରାଜ୍ୟରେ ହିଂସକ ପରିସ୍ଥିତି ବି ଉପୁଜିଛି । ତେବେ ବିହାରରେ ପ୍ରଦର୍ଶନକାରୀ ଓ ଛାତ୍ର ସଙ୍ଗଠନ ବିହାର ବନ୍ଦ ଡାକରା ଦେବା ପରେ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ଦେଖି ପ୍ରଶାସନ କିଛି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି ।
ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ରବିବାର ୩ ସେନାମୁଖ୍ୟଙ୍କର ଏକ ପ୍ରେସ କନଫରେନ୍ସ ହୋଇଥିଲା । ଏଥିରେ ଅଗ୍ନିପଥ ଯୋଜନାର ଲାଭ ସମ୍ପର୍କରେ ବୁଝାଇ ଦିଅଯାଇଥିଲା । ଏହାସହ ଯୋଜନାକୁ ଫେରାଇ ନିଆଯିବ ନାହିଁ ବୋଲି ବି ସ୍ପଷ୍ଟ କରାଯାଇଥିଲା । ଏହାପରେ ପ୍ରଦର୍ଶନକାରୀଙ୍କ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି ।
ସୂଚନାଯୋଗ୍ୟ, ବିହାରରେ ଅଗ୍ନିପଥ ଯୋଜନାକୁ ନେଇ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏଠାରେ ପ୍ରଦର୍ଶନକାରୀ ବସ, ଟ୍ରକ୍ ଓ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିହାରରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ ଥିବା ବେଳେ ଏଠାରେ ପ୍ରାୟ ୧୭ଟି ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଏହାସହ ସୋମବାର ବି କିଛି ରାଜ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

Share